ଦୁନିଆର ଏମିତି କିଛି ସ୍ଥାନ ଯେଉଁଠି ୬ ମାସ ଦିନ ଏବଂ ୬ ମାସ ରାତି ହୋଇଥାଏ

ଦିନକୁ ୨୪ ଘଣ୍ଟା ଆଉ ୨୪ ଘଣ୍ଟାରୁ ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା ବୋଲି ଆମେ ଜାଣିଛେ। କିନ୍ତୁ ଦିନ ୬ ମାସ ଏବଂ ରାତି ୬ ମାସ ରହିଥିବା ଏମିତି କିଛି ସ୍ଥାନ ରହିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଗ୍ରୀନଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ନରୱେ, ଆଲାସ୍କା ଏଭଳି ଦେଶ ଅଟେ ଯେଉଁଠି ଦିନ ରାତି ବହୁତ୍ ଲମ୍ବା । ପୃଥିବୀ ସୂର୍ଯ୍ୟ ଚାରିପଟେ ଘୁରୁଥାଏ । ସୂର୍ଯ୍ୟଙ୍କ ଚାରିପଟେ ଥରେ ବୁଲି ଆସିବାକୁ ପୃଥିବୀକୁ ଗୋଟିଏ ବର୍ଷ ସମୟ ଲାଗେ।

ଏପରି ଅନେକ ଦେଶଛି ଯେଉଁଠି ଆଦୌ ରାତି ହୁଏନି କି ଆଉ କିଛି ଦେଶରେ ଦିନ ହୁଏନି । ହେଲେ ଏଠିକା ଲୋକଙ୍କ ଜୀବନ କେମିତି ରହୁଥିବ । କୁହାଯାଏ ପ୍ରକୃତି ସାମ୍ନାରେ କାହାର ଜୁ ନାହିଁ। ଯଦି ଆପଣ ଦୁନିଆ ପରିଭ୍ରମଣ କରିବାର ସ୍ବପ୍ନ ଦେଖୁଛନ୍ତି ତେବେ ଏଭଳି ଦେଶକୁ ନିହାତି ବୁଲିବାକୁ ଯିବାପାଇଁ ପ୍ଲାନିଂ କରିପାରିବେ। ହୁଏତ ଏହି ଦେଶ ବୁଲିବା ପାରେ ଆପଣ ପ୍ରକୃତିକୁ ଭଲ ଭାବରେ ବୁଝି ଯାଇପାରିବେ।
ଏକା ସାଙ୍ଗରେ ଛ ମାସ ଦିନ ପୁଣି ଏକା ଥରେ ଛ ମାସ ରାତି । ଏଠି ସହର ଅଛି ଏଠି ଲୋକ ବି ରୁହନ୍ତି। ହେଲେ ଏଠି ଲୋକଙ୍କ ଜୀବନଶୈଳୀ କେମିତି ତାହା ଜାଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। ଆଲାସ୍କା ଏହା କେବେ ଋଷର ଏକ ଅଂଶ ଥିଲା । ଆମେରିକା ଏହାକୁ ଋଷ ଠାରୁ କିଣି ନେଇଛି । ସେବେଠାରୁ ଆଲାସ୍କା ଆମେରିକାର ଏକ ଅଂଶ ହୋଇଯାଇଛି । ଏଠାରେ ମେ ମାସରୁ ଜୁଲାଇ ଯାଏଁ ରାତି ଆଦୌ ହୁଏନି । ଏଠି ରାତି ୧୨ ଟାରେ ସୂର୍ଯ୍ୟ ଅସ୍ତ ହୁଏ ତାର ଠିକ୍ ୫୧ ମିନିଟ୍ ପରେ ସୂର୍ଯ୍ୟ ଉଦୟ ହୋଇଯାଏ।

କାନାଡା, ଏଠି ମଧ୍ୟ ବର୍ଷ ତମାମ ବରଫ ପଡ଼ିଥାଏ ଏହାର ଉତ୍ତର ପଶ୍ଚିମ ଦିଗରେ ଗ୍ରୀଷ୍ମ ଋତୁ ରେ ୫୦ଦିନ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

ହଜାର ଝରଣା ଆଉ ଆଇସ ଲ୍ୟାଣ୍ଡରେ ଭରପୁର ଥିବା ଫିନଲ୍ୟାଣ୍ଡ ବିଷୟରେ ଆପଣ ଜାଣିଥିବେ । ଖୁବ୍ ସୁନ୍ଦର୍ ଦେଶ ଅଟେ ଫିନ୍ ଲ୍ୟାଣ୍ଡ । ଏଠି ୮୦ଦିନ ଯାଏଁ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ୮୦ଦିନ ଯାଏଁ ଏଠି ସକାଳ ରହେ। ଏଠାକୁ ଗ୍ରୀଷ୍ମ ଛୁଟି କାଟିବାକୁ ଦେଶ ବିଦେଶରୁ ଲୋକ ଆସନ୍ତି । ଜୀବନର କିଛି ଦିନ ବିନା ରାତିରେ କାଟି ନୂଆ ଅନୁଭବ ନେଇ ଫେରନ୍ତି ।

norway
Photo credit: Visit Norway

ୟୁରୋପର ଗ୍ରେଟ୍ ବ୍ରିଟେନ ପରେ ଦୁନିଆର ସବୁଠୁ ବଡ ଆଇସଲ୍ୟାଣ୍ଡ । କ୍ଷେତ୍ରଫଳ ହିସାବରେ ଆଇସ ଲ୍ୟାଣ୍ଡ ଦୁନିଆର ସବୁଠୁ ବଡ ୧୮ ତମ ଦ୍ୱୀପ। କୁହାଯାଏ ଏଠାରେ ୧୦ମେ ଜୁଲାଇ ମଧ୍ୟ ଯାଏଁ ଏଠାରେ ରାତି ହୁଏନି । ଏଠାକୁ ମଧ୍ୟ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟେ ।

ତାପରେ ନରୱେ । ଏଠାରେ ୮୦ ଦିନ ଯାଏଁ ରାତି ହିଁ ରୁହେ । ମେ ଜୁଲାଇ ଭିତରେ ଏଠାରେ ସୂର୍ଯ୍ୟ ଦେଖା ଯାଆନ୍ତି ନାହିଁ । ସ୍ଵିଡେନ ବି ଏଭଳି ଦେଶ ଯେଉଁଠି ଭୌଗୋଳିକ ସ୍ଥିତି ଭିନ୍ନ । ଏଠାରେ କିଛି କିଛି ଜାଗାରେ ମେ ରୁ ଅଗଷ୍ଟ ଯାଏ ସୂର୍ଯ୍ୟ ଅସ୍ତ ହୁଏନି । ୧୦୦ଦିନ ଯାଏଁ ଏଠି ରାତି ହୁଏନି, ପୁଣି ତାପରେ ୧୦୦ ଦିନ ଯାଏଁ ଦିନ ହୁଏନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.