ଗ୍ଲେନ ମ୍ୟାକ୍ସୱେଲଙ୍କ ବଡି ମସାଜ କରୁଥିବା ନଜର ଆସିଲେ ବିରାଟ କୋହଲି, ଭିଡିଓ ଭାଇରଲ

ମଙ୍ଗଳବାର ଆଇପିଏଲ୍‌ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ୪ ଓ୍ଵିକେଟରେ ହରାଇଛି। ଏହି ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ସମୟରେ ବିରାଟ କୋହଲି ଡ୍ରେସିଂ ରୁମରେ ଗ୍ଲେ ମ୍ୟାକ୍ସୱେଲଙ୍କ ବଡି ମସାଜ କରୁଥିବା ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଛି।

ବିରାଟ କୋହଲି ଏହି ମ୍ୟାଚରେ କିଛି ଖାସ୍‌ କମାଲ୍‌ କରିପାରିନଥିଲେ । ମାତ୍ର ୫ ରନ୍‌ କରି ଆଉଟ ହୋଇଥିଲେ। ଆଉଟ୍‌ ହେବା ପରେ ବିରାଟ କୋହଲି ଡ୍ରେସିଂ ରୁମରେ ଗ୍ଲେନ ମ୍ୟାକ୍ସୱେଲଙ୍କ ବଡି ସମାଜ କରୁଥିବା ନଜର ଆସିଛନ୍ତି। ଭିଡିଓରେ ମ୍ୟାକ୍ସୱେଲଙ୍କୁ ପିଠିକୁ ନିଜ ହାତରେ ମସାଜ କରୁଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି।

ମ୍ୟାକ୍ସୱେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବ ମ୍ୟାଚରେ ଖେଳୁନଥିଲେ। ବାହାଘର ଯୋଗୁଁ ପୂର୍ବ ମ୍ୟାଚରୁ ବାଦ୍‌ ପଡିଥିଲେ। ଏବେ ମ୍ୟାକ୍ସୱେଲ ଫେରିବା ପରେ ଅନ୍ୟ ଟିମ୍‌ ଚିନ୍ତାରେ ରହିଛନ୍ତି। ମ୍ୟାକ୍ସୱେଲଙ୍କ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ କରିବାରେ ଧୂରନ୍ଧର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.