ଆଡଭୋକେଟ ୱେଲଫେୟାର ଫଣ୍ଡ ‘ଫି’ ଅଚାନକ ୧୫ରୁ ୧୦୦ ଟଙ୍କା ବଢିଲା, ବିରୋଧ କଲା ବାର୍‌ ଆସୋସିଏସନ

କେନ୍ୟୁଜ୍(ବ୍ୟୁରୋ):ଆଡଭୋକେଟ ୱେଲଫେୟାର ଫଣ୍ଡ ‘ଫି’ ବୃଦ୍ଧିକୁ ବିରୋଧ କରିଛି ହାଇକୋର୍ଟ ବାର୍‌ ଆସୋସିଏସନ । ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ୱେଲଫେୟାର ଫଣ୍ଡ ଫି ମୂଲ୍ୟ ଅଚାନକ ୧୫ରୁ ୧୦୦ ଟଙ୍କା ବୃଦ୍ଧି କରାଯାଇଛି। ମାମଲା ଦାଖଲ ବେଳେ ପ୍ରତ୍ୟେକ ଭୋକଲତନାମାରେ ଏହି ଫି ଷ୍ଟାମ୍ପ ଆକାରରେ ଲାଗିଥାଏ । ହାଇକୋର୍ଟ ବାର୍‌ ଆସୋସିଏସନ ଏହାକୁ ବିରୋଧ କରିଛି । ରାଜ୍ୟ ଆଇନଜୀବୀ ପରିଷଦର ନିୟମିତ ନିର୍ବାଚିତ ସଦସ୍ୟ ନଥିବା ବେଳେ ଅନ୍ତରୀଣ କମିଟିର ଏହି ନିଷ୍ପତ୍ତି ନେବାର କ୍ଷମତା ନାହିଁ ବୋଲି ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୁହାଯାଇଛି ।

୫ ଟଙ୍କାରୁ ୧୦୦ ଟଙ୍କାକୁ ଆଇନଜୀବୀ କଲ୍ୟାଣ ଷ୍ଟାମ୍ପର ଦର ବୃଦ୍ଧି ପ୍ରତିବଦଳରେ ଆଇନଜୀବୀଙ୍କୁ କଣ ଅଧିକ ସୁଯୋଗ ମିଳିବ ସେନେଇ କୌଣସି ସୂଚନା ଦିଆଯାଇନାହିଁ ବୋଲି ବାର ଆସୋସିଏସନ ଅଭିଯୋଗ କରିଛି । ଏହି ଦର ବୃଦ୍ଧିର ପ୍ରତିବାଦ କରି ବର୍ଦ୍ଧିତ ହାରରେ ଷ୍ଟାମ୍ପ ନ ଲଗାଇବାକୁ ବାର ପକ୍ଷ ରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସବୁ ଆସୋସିଏସନ ଓ ଆଇନଜୀବୀ ଙ୍କୁ ଆହ୍‌ୱାନ କରାଯାଇଛି । ରାଜ୍ୟ ଆଇନଜୀବୀ ପରିଷଦର ନିର୍ବାଚନ ପର୍ଯ୍ୟନ୍ତ କୌଣସି ଆଇନଜୀବୀ ବର୍ଦ୍ଧିତ ଷ୍ଟାମ୍ପ ନ ଦେବାକୁ ଅନୁରୋଧ କରିଛି ହାଇକୋର୍ଟ ବାର୍‌ ଆସୋସିଏସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.