Below header

ନବରାତ୍ରରେ ତିଳକ ଲଗାଇ ସ୍କୁଲ ଯିବାରୁ ଛାତ୍ରୀଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ମୁସଲିମ୍‌ ଶିକ୍ଷକ, ହେଲେ ସସ୍‌ପେଣ୍ଡ୍‌

କର୍ଣ୍ଣାଟକରୁ ଆରମ୍ଭ ହୋଇଥିବା ହିଜାବ ମାମଲା ଥମି ନ ଥିବା ବେଳେ ଏକ ଜମ୍ମୁ-କଶ୍ମୀରରେ ଏକ ଛାତ୍ରୀ ସ୍କୁଲକୁ ତିଳକ ଲଗାଇ ଯାଇଥିବାରୁ ତାକୁ ନିର୍ଦ୍ଧୁମ୍‌ ପିଟିଛନ୍ତି ଶିକ୍ଷକ। ରାଜୌରୀ ଜିଲ୍ଲାର କୋଟରଣକା ଶିକ୍ଷା ଜୋନ୍‌ର ଖଦୁରିଆ ସରକାରୀ ମିଡିଲ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀ ମଥାରେ ତିଳକ ଲଗାଇ ସ୍କୁଲ ଆସିଥିବାରୁ ଶିକ୍ଷକ ତାକୁ ଅତି ଅମାନୁଷିକ ଭାବେ ପିଟିଛନ୍ତି। ଛୁଆର ବାପା ଅଂଗ୍ରେଜ ସିଂହ ନ୍ୟାୟ ପାଇଁ ଗୁହାରି କରିଛନ୍ତି।

ଛୁଆର ବାପା କହିଛନ୍ତି, ଏବେ ନବରାତ୍ର ଚାଲିଥିବାରୁ ତାଙ୍କ କୁନି ଝିଅ ତିଳକ ଲଗାଇ ସ୍କୁଲ ଯାଇଥିଲା। ଏଣୁ ଶିକ୍ଷକ ତାକୁ ଅତି କଦର୍ଯ୍ୟ ଭାବେ ପିଟିଛନ୍ତି। ଏହି ମାମଲା ପ୍ରଶାସନର ନଜରକୁ ଆସିବା ପରେ ଶିକ୍ଷକ ନିସାର ଅହମ୍ମଦଙ୍କୁ ତୁରନ୍ତ ସସ୍‌ପେଣ୍ଡ୍‌ କରାଯାଇଛି। ଏଥିସହ ମାମଲାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


ଛୁଆର ବାପା ଅଭିଯୋଗ କରିଛନ୍ତି ଯେ ଶିକ୍ଷକ ନିସାର ଗତ ସପ୍ତାହେ ହେଲାଣି ତାଙ୍କ ଝିଅକୁ ତିଳକ ଲଗାଇ ସ୍କୁଲ ଆସିବାକୁ ମନା କରୁଥିଲେ। କିନ୍ତୁ ପୂଜା ଚାଲିଥିବାରୁ ଝିଅ ତିଳକ ଲଗାଉଥିଲା। ଏଣୁ ତାକୁ ଏବେ ଅମାନୁଷିକ ଭାବେ ପିଟିଛନ୍ତି। ତେବେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ଶିକ୍ଷକ ଜଣକ ତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ପୁଣିଥରେ ତିଳକ ଲଗାଇ ସ୍କୁଲ ଆସେ, ତେବେ ତାକୁ ସ୍କୁଲରୁ ବାହାର କରି ଦିଆଯିବ। ଏହି ଘଟଣା ପରେ ଛାତ୍ରୀ ଜଣକ ଡରି ଯାଇଛି ଓ ସ୍କୁଲ ଯିବାକୁ ମଙ୍ଗୁ ନଥିବା ତା’ ଅଭିଭାବକ କହିଛନ୍ତି।

Also Read: ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ମୁଁ ଭାରତ ଫେରିବି: ଅଭିନେତା କମାଲ ଆର୍‌ ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.