ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେଲା ପରେ ହିଁ ମୁଁ ଭାରତ ଫେରିବି: ଅଭିନେତା କମାଲ ଆର୍‌ ଖାନ୍‌

ସୋସିଆଲ ମିଡିଆ ଟ୍ଵିଟରରେ ପ୍ରାୟତଃ ନିଜ ବିବାଦୀୟ ବୟାନ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଅଭିନେତା କମାଲ ଆର ଖାନ୍‌ ଏବେ ପୁଣି ଏକ ଟ୍ଵିଟ୍‌ କରିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ପୁଣିଥରେ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି କମାଲ ଆର ଖାନ୍‌। ଏଥରକ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଢ଼ୁଥିବା ଲୋକପ୍ରିୟତାକୁ ନେଇ ଟ୍ଵିଟ୍‌ କରିଛନ୍ତି।
କମାଲ ଆର୍‌ ଖାନ୍‌ ଟ୍ଵିଟ୍‌ କରି କହିଛନ୍ତି, ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେବା ପରେ ହିଁ ସେ ଭାରତ ଫେରିବେ।

କମାଲ ଏହି ଟ୍ଵିଟ୍‌ କରିବା ପରେ ଏବେ ସୋସିଆଲ ମିଡିଆ ୟୁଜର୍ସ ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରି ଦେଇଛନ୍ତି। ଉତ୍ତର ପ୍ରଦେଶରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକମାନେ ତାଙ୍କୁ ତାଙ୍କ ରାଣ ମନେ ପକାଇ ଦେବାରୁ କମାଲ ଆର୍‌ ଖାନ୍‌ କହିଥିଲେ ଯେ ମୁଁ ତ ଏମିତି ମଜାରେ କହି ଦେଇଥିଲି।

ସୂଚନାଯୋଗ୍ୟ ଯେ କିଛି ଦିନ ତଳେ କମାଲ ଆର୍‌ ଖାନ୍‌ ଓରଫ୍‌ କେଆର୍‌କେ ଉତ୍ତର ପ୍ରଦେଶରେ ବିଜେପି ଓ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆସିବା ପରେ ଆଉ ଦେଶକୁ ଫେରିବେନି ବୋଲି ରାଣ ଖାଇଥିଲେ।

ତେବେ କେଆର୍‌କେଙ୍କର ଏକ ଟ୍ଵିଟ୍‌ରେ ଜଣେ ୟୁଜର ଲେଖିଛନ୍ତି- ତୁମେ ଆସନି ଚଳିବ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେଲେ ଆସିବ ବୋଲି କୁହ।

ସେହିପରି ଆଉ ଜଣେ ପରାମର୍ଶ ଦେଇଛନ୍ତି- ଆପଣ ୨୦୨୪ରେ ଆଜମ୍‌ ଖାନ୍‌ଙ୍କ ବିରୋଧରେ ରାମପୁରରେ ନିର୍ବାଚନ ଲଢ଼ିବା ଦରକାର। ଦୁବାଇରୁ ଫେରିଆସ।

Also Read: ନିଆରା ଅନ୍ଦାଜ୍‌ରେ କୁନି ଝିଅର ଗୃହ ପ୍ରବେଶ କଲେ ଗୁରମିତ-ଦେବିନା, କେକ୍‌ କାଟି କଲେ ସେଲିବ୍ରେସନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.