ନିଆରା ଅନ୍ଦାଜ୍‌ରେ କୁନି ଝିଅର ଗୃହ ପ୍ରବେଶ କଲେ ଗୁରମିତ-ଦେବିନା, କେକ୍‌ କାଟି କଲେ ସେଲିବ୍ରେସନ୍‌

ଟିଭିର ରାମ-ସୀତା ଅର୍ଥାତ୍‌ ଇଣ୍ଡଷ୍ଟ୍ରୀର ପାଓ୍ଵାର କପଲ ଦେବିନା ବାନାର୍ଜୀ ଓ ଗୁରମିତ ଚୌଧୁରୀଙ୍କ ଘରକୁ ଏପ୍ରିଲ ୩ ତାରିଖରେ ଆସିଛି କୁନି ପରୀ। ନବରାତ୍ରି ସମୟରେ ଦେବିନା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ପିତା ମାତା ବନିଥିବାରୁ ଏହି ଦମ୍ପତି ବେଶ୍‌ ଖୁସି ଅଛନ୍ତି। ଝିଅ ଜନ୍ମ ପରେ ଗୁରମିତ ଓ ଦେବିନା କୁନି ଝିଅକୁ ଘରକୁ ଆଣିଛନ୍ତି। ଏ ଅବସରରେ ଉଭୟଙ୍କୁ ହସ୍ପିଟାଲ ବାହାରେ ସ୍ପଟ୍‌ କରାଯାଇଥିଲା।

ତେବେ ଏହି ସମୟରେ କୁନି ଝିଅ ଷ୍ଟ୍ରଲରରେ ଥିବାରୁ ତା ମୁହଁ ଦେଖାଯାଇନାହିଁ। ଝିଅକୁ ଘରକୁ ଆଣିବା ବେଳେ ଏହି ଦମ୍ପତି ଘରକୁ ବେଶ୍‌ ସୁନ୍ଦର ଭାବେ ସଜାଇଥିଲେ। ଝିଅର ଗୃହ ପ୍ରବେଶ ବେଳର ଭିଡିଓକୁ ଗୁରମିତ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି।

 

View this post on Instagram

 

A post shared by Gurmeet Choudhary (@guruchoudhary)


ଭିଡିଓରେ ଦେଖାଯାଇଛି ଯେ ଘରକୁ ପିଙ୍କ କଲରର ଥିମ୍‌ରେ ସଜାଯାଇଛି। ଭିଡିଓର ବ୍ୟାକ୍‌ ଗ୍ରାଉଣ୍ଡ୍‌ରେ ‘ଛୋଟି ସି ପ୍ୟାରି ସି ନହ୍ନି ସି ଆଇ କୋଇ ପରୀ’ ଗୀତ ବାଜୁଛି।

ଏଥିସହ ସେମାନେ କେକ୍‌ କାଟି ନିଜ ପ୍ୟାରେଣ୍ଟସ୍‌ ଜୀବନ ଆରମ୍ଭ କରିଛନ୍ତି। ଏହି କେକ୍‌ ବି ଖୁବ୍‌ ସୁନ୍ଦର ଲାଗୁଛି। କେକ୍‌କୁ ଏକ କୁନି ଝିଅ ଶୋଇଥିବା ଭଳି ସଜା ଯାଇଛି। ଉଭୟେ ଗୁରମିତ ଓ ଦେବିନା କେକ୍‌ ସାମ୍ନାରେ ପୋଜ୍‌ ଦେଇ ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by Gurmeet Choudhary (@guruchoudhary)

ଏହି ଫଟୋ ସହ କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଆମ ଛୋଟ ରାଜକୁମାରୀକୁ ସାରା ଜୀବନ ପାଇଁ ସେଲିବ୍ରେଟ୍‌ କରିବା #welcomehomebaby।

ଗୁରୁମିତ ଓ ଦେବିନା ୪ ଏପ୍ରିଲ ୨୦୨୨ରେ ଏକ ଭିଡିଓ ସେୟାର କରି ଝିଅ ହୋଇଥିବା ନେଇ ଖୁସି ଖବର ଦେଇଥିଲେ। ଏହି ଭିଡିଓରେ ସେ ଲେଖିଥିଲେ- ଅତ୍ୟନ୍ତ କୃତଜ୍ଞତାର ସହ ଆମେ ଆମ ବେବି ଗର୍ଲକୁ ଏହି ଦୁନିଆକୁ ସ୍ୱାଗତ କରୁଛୁ। ୩.୪.୨୦୨୨। ଆପଣ ସମସ୍ତଙ୍କୁ ଭଲ ପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ଗୁରୁମିତ ଓ ଦେବିନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.