ମୋବାଇଲ ଫୋନ ଚୋରି ହେଲେ ଆଉ ମିସିଂ ରିପୋର୍ଟ ନୁହେଁ, ଲେଖାଯିବ FIR; ପୋଲିସ ମନା କଲେ ବଡ଼ କାର୍ଯ୍ୟାନୁଷ୍ଠାନ

ମୋବାଇଲ ଫୋନ ଗାଏବ ହେଲେ ବା ଚୋରି ହେଲେ ଥାନାରେ FIR ଲେଖାଯିବ। ଏବେ ଏହି ଆଦେଶ ଦେଇଛନ୍ତି ମୁମ୍ବାଇ ପୋଲିସ କମିଶନର। ସେ କହିଛନ୍ତି ଯେ ଯଦି କେହି ପୋଲିସ କର୍ମଚାରୀ ଏ ନେଇ ମାମଲା ରୁଜୁ କରେଇବାକୁ ମନା କରି ଦିଅନ୍ତି, ତ ତାଙ୍କ ବିରୋଧରେ ଆଇପିସି ଧାରା ୧୬୮-ଏ ଅଧୀନରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୁମ୍ବାଇ ପୋଲିସ ଏ ପର୍ଯ୍ୟନ୍ତ ମୋବାଇଲ ଗାଏବ ମାମଲାରେ କେବଳ ମିସିଂ ରିପୋର୍ଟ ହିଁ ପଞ୍ଜୀକୃତ କରି ଆସୁଥିଲା। ଏବେ ପ୍ରଶ୍ନ ଉଠୁଛି, ପୋଲିସ କାହିଁକି ଏମିତି କରୁଥିଲା ଏବଂ ମିସିଂ ରିପୋର୍ଟ ଓ FIR ମଧ୍ୟରେ କ’ଣ ଫରକ ରହିଛି? ଏହି ପ୍ରସଙ୍ଗରେ ଅଧିକାରୀଙ୍କ କହିବା ହେଲା, ମିସିଂ ରିପୋର୍ଟରେ ପୋଲିସ ପାଇଁ ତଦନ୍ତ କରିବା ଜରୁରୀ ହୋଇ ନ ଥାଏ। ଉଦାହରଣ ସ୍ୱରୂପ, ଯଦି କାହାର ମୋବାଇଲ ଫୋନ ଚୋରି ହୋଇ ଯାଇଛି, ତ ତାଙ୍କୁ ପ୍ରଥମେ ସେହି ନମ୍ବରକୁ ଆରମ୍ଭ କରେଇବାକୁ ପଡ଼ିଥାଏ। ତେଣୁ ମୋବାଇଲ କମ୍ପାନୀ ପୀଡ଼ିତ ବ୍ୟକ୍ତିଙ୍କୁ ଥାନାର ଅଭିଯୋଗ ରିପୋର୍ଟ ମାଗିଥାଏ।

ଏମିତିରେ ପୀଡ଼ିତ ବ୍ୟକ୍ତି ମିସିଂ ରିପୋର୍ଟର ଏକ କପି କମ୍ପାନୀକୁ ଦେଇଥାଆନ୍ତି ଏବଂ ଏହାପରେ ତାଙ୍କୁ ଏକ ନୂଆ ସିମ୍‌ ମିଳିଥାଏ। ମିସିଂ ରିପୋର୍ଟ ଫାଇଲ ପରେ ଆଗକୁ ଯାଞ୍ଚ କରିବାର ଆବଶ୍ୟକତା ନ ଥାଏ। କିନ୍ତୁ ଥରେ ମାମଲା (FIR) ପଞ୍ଜୀକୃତ ହୋଇଗଲେ ପୋଲିସକୁ ଏହାର ତଦନ୍ତ ସାଙ୍ଗକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ।

କମିଶନର କହିଛନ୍ତି, ଏବେ ନୂଆ ଆଦେଶ ପରେ ଗାଏବ ହୋଇଥିବା ମୋବାଇଲ ଫୋନ ମିଳିବାର ସମ୍ଭାବନା ଅଧିକ ବଢ଼ିଯିବ। ଅନେକ ବାର ଏମିତି ବି କଥା ସାମ୍ନାକୁ ଆସିଛି ଯେ ସଫ୍ଟେଓ୍ଵୟାର ବ୍ୟବହାର କରି ମୋବାଇଲର IMEI ନମ୍ବର ବଦଳାଇ ଦିଆଯାଉଛି। ଆଶା କରାଯାଉଛି, ପୋଲିସ ଯେବେଠୁ ତଦନ୍ତ ଆରମ୍ଭ କରିବ, ଏହି ମାମଲାଗୁଡ଼ିକ ବି ସାମ୍ନାକୁ ଆସିବ ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଜେଲ୍‌ ଭିତରେ ପଶିବେ।

Leave A Reply

Your email address will not be published.