ଲୋକଙ୍କୁ ଆଶ୍ରୟ ଦେବା ପାଇଁ କୋଟିଏ ଟଙ୍କାର ଘର କିଣିଲେ ଏହି ବ୍ୟକ୍ତି, ୟୁକ୍ରେନ ଶରଣାର୍ଥୀଙ୍କୁ କରୁଛନ୍ତି ସାହାଯ୍ୟ

ଆଜିକାଲି ମାଗଣାରେ କେହି କିଛି ବି କାହାକୁ ଦେଉନାହାନ୍ତି। ସବୁ ଜିନିଷର ଉଚିତ ମୂଲ୍ୟ ଦେବାକୁ ପଡୁଛି। କିନ୍ତୁ ଏମିତି ଜଣେ ବ୍ୟକ୍ତି ରହିଛନ୍ତି, ଯିଏ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଘର କିଣିଛନ୍ତି। କିନ୍ତୁ ନିଜେ ରହିବା ପାଇଁ ନୁହେଁ ବରଂ ୟୁକ୍ରେନ ଶରଣାର୍ଥୀ ପରିବାର ରହିବା ପାଇଁ ଏହି ଘର କିଣିଛନ୍ତି। ତାଙ୍କ କହିବାନୁଯାୟୀ, ଯିଏ ବି ଏହି ଘରେ ରହିବ, ସେମାନଙ୍କୁ କୌଣସି ପଇସା ଦେବାକୁ ପଡିବ ନାହିଁ। ଏଠାରେ ରହିବା ସଂପୂର୍ଣ୍ଣ ଭାବେ ମାଗଣା।

ଡେଲିମେଲ ମୁତାବକ, ୫୦ ବର୍ଷୀୟ ଜେମି ହୁଜସ ରୁଷର ଆକ୍ରମଣ ପରେ ୟୁକ୍ରେନ ଶରଣାର୍ଥୀ ପରିବାରକୁ ସାହାଯ୍ୟ କରିପାରିବେ । ତେଣୁ ସେ ବ୍ରିଟେନର ନର୍ଥ େଓ୍ଵଲସ ପାଖରେ ବ୍ରେକ୍ସହେମରେ ୩ ଟି ବେଡରୁମ ଥିବା ଘର କିଣିଥିଲେ। ଜେମି ମାତ୍ର ୨୧ ବର୍ଷ ବୟସରେ ଟେଲିକମ୍‌ କମ୍ପାନୀ ଆରମ୍ଭ କରିଥିଲେ।

ଜେମି କିଣିଥିବା ଘରକୁ ଖୁବଶୀଘ୍ର ଜଣେ ୟୁକ୍ରେନ ମା ଏବଂ ତିନି ପିଲା ଆସି ରହିବେ। ଜେମି କହିଛନ୍ତି, ‘ମୁଁ ଏମିତି ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲି। କେତେ କେତେ ଲୋକ ଘର ଛାଡି ଚାଲିଯାଇଛନ୍ତି, ତାହା ଦେଖି ମୁଁ ସ୍ତବ୍ଧ ହୋଇଯାଇଛି।

ଜେମି ପ୍ରଥମେ ବିଲିଡିଂ ତିଆରି କରିବେ ବୋଲି ଭାବିଥିଲେ, ଯେଉଁଠି ଆବଶ୍ୟକତା ଥିବା ଲୋକକୁ ଆଶ୍ରୟ ଦେଇପାରିବେ । କିନ୍ତୁ ଘର ତିଆରି କଲେ ଅଧିକ ସମୟ ଲାଗିବ ବୋଲି ଜାଣିବା ପରେ ଏହି ଘରକୁ କିଣିଥିଲେ।

ଏବେ ଏହି ଘରେ ୟୁକ୍ରେନର ମାରିଆ ଏବଂ ତାଙ୍କର ୩ ପିଲା ରହିବେ। ତିନି ପିଲାଙ୍କ ବୟସ ୧୦, ୧୨, ୧୪ ବର୍ଷ ରହିଛି। ମାରିଆ ୟୁକ୍ରେନର ହସପିଟାଲରେ କା କରନ୍ତି। ଏବେ ସେ ପଶ୍ଚିମ ୟୁକ୍ରେନରେ ରହିଛନ୍ତି ଏବଂ ପରେ ପୋଲାଣ୍ଡ ରିଫ୍ୟୁଜି କ୍ୟାମ୍ପକୁ ଯିବାକୁ ପ୍ରସ୍ତୁତ ରହିଛନ୍ତି। ମାରିଆ ଆଗାମୀ ସପ୍ତାହରେ ବ୍ରିଟେନ ଫେରିଆସିବେ ବୋଲି ଆଶା ରଖିଛନ୍ତି। ଏବେ ସେ ଭିସା ମଞ୍ଜୁରୀ ପାଇଁ ଅପେକ୍ଷା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.