Below header

ଖୁବ୍‌ କମ ଦିନରେ ଡିସଚାର୍ଜ ହୋଇପାରିବେ କରୋନା ଆକ୍ରାନ୍ତ, ଜାଣନ୍ତୁ ନୂଆ ପ୍ଲାନରେ କ’ଣ ରହିଛି ଖାସ୍‌

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ହଜାର ୬୬୨ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ବର୍ତ୍ତମାନ ୧୯୮୧ ଲୋକଙ୍କର ମୃତ୍ୟୁ ହୋଇସାରିଛି। ସବୁଠାରୁ ଖୁସି କଥା ହେଉଛି ୧୭୮୪୭ କରୋନା ସଂକ୍ରମିତ ଠିକ୍‌ ମଧ୍ୟ ହୋଇସାରିଛନ୍ତି। ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏହାମଧ୍ୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନା ସଂକ୍ରମିତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନୂଆ ପଲିସି ଜାରି କରାଯାଇଛି।

patientଏହି ପଲିସିରେ ସଂକ୍ରମିତ ବ୍ୟକ୍ତିଙ୍କ ଦେଖାଶୁଣା ଏବଂ ତାଙ୍କ ସ୍ଥିତି ବିଷୟରେ ବିସ୍ତାରରେ କୁହାଯାଇଛି। ଏଥିସହ କେଉଁ ବ୍ୟକ୍ତିଙ୍କୁ କିଭଳି ଚିକିତ୍ସା କରାଯିବ ତାହା ମଧ୍ୟ ଏହି ପଲିସିରେ କୁହାଯାଇଛି। ନୂଆ ଡିସଚାର୍ଜ ପଲିସି ଜରିଆରେ ଆଡମିଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଯାଏ ନାହିଁ ଏବଂ ତିନି ଦିନ ପର୍ଯ୍ୟନ୍ତ ଜ୍ୱର ହୋଇନଥାଏ ତେବେ ତାଙ୍କୁ ୧୦ ଦିନରେ ଡିସଚାର୍ଜ କରାଯାଇପାରିବ କିନ୍ତୁ ବ୍ୟକ୍ତିଙ୍କୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସଚେତନ ରହିବାକୁ ପଡିବ।

corona1ବର୍ତ୍ତମାନ କରୋନା ଭାଇରସର ଔଷଧ ଏବଂ ଭ୍ୟାକ୍ସିନ ବାହାର କରିବା ପାଇଁ ଆଶାର କିରଣ ଜାଗ୍ରତ ହୋଇଛି। କରୋନା ଭ୍ୟାକ୍ସିନ ପାଇଁ ଭାରତରେ ଫେଭିପିରଭିର ଔଷଧର କ୍ଲିନିକାଲ ଟ୍ରାୟଲ ହେବ। ଫେଭିପିରଭିର ଔଷଧ ଚିନ ଏବଂ ଜାପାନ ଭଳି ପୂର୍ବ ଏସିଆ ଦେଶରେ ଇନଫ୍ଲୁଏଂଜାର ବ୍ୟକ୍ତିଙ୍କୁ ଦିଆଯାଇଥାଏ। CSIR ର ଡାଇରେକ୍ଟର ଜେନେରାଲ ଶେଖର ପାଣ୍ଡେ ଫେଭିପିରଭିର ଔଷଧର କ୍ଲିନିକାଲ ଟ୍ରାୟଲକୁ ଅନୁମତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.