ସୁରତରେ ପୁଣି ପ୍ରବାସୀ ଶ୍ରମିକଙ୍କ ହିଂସାକାଣ୍ଡ: ପୋଲିସ ଉପରକୁ ପଥରମାଡ, ୬୦ ଗିରଫ

ଗୁଜୁରାଟର ଶିଳ୍ପ ନଗରୀ ସୁରତରେ ପୁଣିଥରେ ପ୍ରବାସୀ ଶ୍ରମିକମାନେ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ନିଜ ନିଜ ରାଜ୍ୟକୁ ଯିବା ପାଇଁ ସୁରତ ଜିଲ୍ଲା ପ୍ରଶାସନ ଟ୍ରେନ ବ୍ୟବସ୍ଥା କରୁ ବୋଲି ସେମାନେ ଦାବି କରି ଏହି ହିଂସାକାଣ୍ଡ କରିଛନ୍ତି ।

police 1

ସୂଚନା ଅନୁସାରେ, ଲକଡାଉନ ଚାଲିଥିବା ଯୋଗୁଁ ଏଠାରେ କାମ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରିବା ସମ୍ଭବ ହୋଇପାରୁନାହିଁ। ଏଥିପାଇଁ ସୁରତ ଜିଲ୍ଲା ମୋରା ଗାଁ ନିକଟରେ ଶହ ଶହ ଶ୍ରମିକ ଏହି ହିଂସାକାଣ୍ଡ ଓ ଜଳାପୋଡ଼ା କରିଛନ୍ତି । ଏହି ଖବର ପାଇଁ ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସ ଉପରକୁ ମଧ୍ୟ ପ୍ରବାସୀ ଶ୍ରମିକ ପଥର ମାଡ଼ କରିଥିଲେ । ଏହି ଘଟଣାରେ ଅନେକ ପୁଲିସ କର୍ମୀ ଆହତ ହୋଇଛନ୍ତି । ଏହି ହିଂସାକାଣ୍ଡରେ ଲିପ୍ତ ପ୍ରାୟ ୬୦ ଜଣ ପ୍ରବାସୀ ଶ୍ରମିକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । କେତେକଙ୍କୁ ହିଂସାକାଣ୍ଡ, ଶାନ୍ତିଭଙ୍ଗ ଅଭିଯୋଗରେ ଗିରଫ କରାଯାଇଛି ।

ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ସଶସ୍ତ୍ର ପୁଲିସ ମୁତୟନ ହୋଇଛନ୍ତି । ରିପୋର୍ଟ ମୁତାବକ, ଏଠାରେ ପ୍ରଦର୍ଶନ କରୁଥିବା ଶ୍ରମିକ ଝାରଖଣ୍ଡ ଏବଂ ଉତ୍ତରପ୍ରଦେଶର ଶ୍ରମିକ ସାମିଲ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.