Below header

ଉପରମୁହାଁ କରୋନା ଗ୍ରାଫ୍,ଗତ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ କେସ୍‌

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ଅଣାୟତ କରୋନା । ପ୍ରତ୍ୟେକ ଦିନ ୯୦ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ କେସ୍‌ ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୬ଶହ ୨୦ରେ ପହଞ୍ଚିଛି । ଦିନକରେ ୧୧୩୩ ଜଣ କରୋନା ଲଢେଇରେ ହାରି ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮୬ ହଜାର ୭୫୨କୁ ବୃଦ୍ଧି ପାଇଛି । କେବଳ ଚଳିତ ମାସରେ ୧୬ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି ।

ଗୋଟିଏ ଦିନରେ ୯୪ ହଜାର ୬୧୨ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୩,୦୩,୦୪୪କୁ ବୃଦ୍ଧି ହୋଇଛି । ଦେଶରେ ଆରୋଗ୍ୟ ହାର ପାଖାପାଖି ୮୦ ପ୍ରତିଶତ । ଆମେରିକାଠାରୁ ଭାରତରେ ସୁସ୍ଥତା ଅଧିକ । ଦେଶରେ ଚିକିତ୍ସିତ ହେଉଛନ୍ତି ୧୦ ଲକ୍ଷ ୧୦ ହଜାର ୮୨୪ ଆକ୍ରାନ୍ତ । ସେପଟେ ଦେଶରେ ଦିନକରେ ରେକର୍ଡ ୧୨ ଲକ୍ଷ ୬ ହଜାର ନମୁନା ପରୀକ୍ଷା ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୬ କୋଟି ୩୬ ଲକ୍ଷ ଟେଷ୍ଟିଂ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.