ଯୁବକଙ୍କ ପାଇଁ କାଳ ସାଜିଲା ବଡ ଭାଇର ସ୍ତ୍ରୀକୁ ପ୍ରେମ କରିବା, କଙ୍ଗାରୁକୋର୍ଟ ଦେଲା ଚପଲ ମାଳ ଉପହାର

ସୁନ୍ଦରଗଡ (କେନ୍ୟୁଜ) : ମହଙ୍ଗା ପଡିଲା ଭାଉଜ ପ୍ରେମ। ଉପହାରରେ ପଡିଲା ଚପଲ ମାଳ। ଯୁବକଙ୍କ ପାଇଁ କାଳ ସାଜିଲା ବଡ ଭାଇର ସ୍ତ୍ରୀ ଉପରେ ଆଖି ପକାଇବା। ଆଉ ନେଇ ଫେରାର ହୋଇଯିବା। ଏବେ କଙ୍ଗାରୁ କୋର୍ଟ ଦେଲା ଉଭୟେଙ୍କୁ ଭୟଙ୍କର ଶାସ୍ତି। ନିଜ ପିଲା ଏବଂ ଗ୍ରାମବାସୀଙ୍କ ଆଗରେ ଚପଲ ପିନ୍ଧାଇଲେ କଙ୍ଗାରୁ କୋର୍ଟ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁଟନିଆ ପଂଚାୟତ ଫକରପଡାରେ।

ଯୁବକ ଜଣଙ୍କ ନିଜ ସମ୍ପର୍କୀୟ ବଡଭାଇର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟେ ବିବହିତ ଏବଂ ପିଲାଙ୍କର ବାପା ମାଆ ହେବା ସତ୍ତେ ମଧ୍ୟ ପ୍ରେମ ପାଖରେ ସବୁ ଭୁଲିଗଲେ। ଆଉ କିଛି ଦିନର ପ୍ରେମ ସମ୍ପର୍କ ପରେ ଉଭୟେ ହୋଇଗଲେ ଫେରାର। ତାପରେ କିଛି ଦିନ ବ୍ୟବଧାନ ପରେ ଆସି ପହଁଚିଥିଲେ ଗାଁରେ। ଯୁବକ ଜଣକ ପୁର୍ବରୁ ବିବାହିତ ଓ ତାଙ୍କର ୩ ଛୁଆ ରହିଛନ୍ତି । ନିଜ ଭାଉଜ ସହ ଫେରାର ହୋଇଯାଇ କିଛି ଦିନ ପରେ ଘରକୁ ଫେରିବା ପରେ ଥାନାରେ ରାଜିନାମା ହୋଇଥିଲା ମାତ୍ର ଗାଁକୁ ଯିବା ପରେ ଗାଁ ଲୋକ ତାଙ୍କୁ ଘେରି ଯାଇ ଗାଳିଗୁଲଜ କରିବା ସହ ଚପଲ ମାଳ ପିନ୍ଧାଇ ଥିଲେ। କେବଳ ଏତିକି ନୁର୍ହେ ସେମାନଙ୍କୁ ଗାଁରୁ ବାସନ୍ଦ କରିଥିବା ଜଣା ପଡିଛି।

ଏବେ ଚପଲ ମାଳ ପିନ୍ଧାଇବାର ଭିଡିଓ ଏ ମୋବାଇଲରୁ ସେ ମୋବାଇଲକୁ ଘୂରି ବୁଲୁଛି। ତେବେ ଏ ସମ୍ପର୍କରେ ପୋଲିସ କିମ୍ବା ଗ୍ରାମବାସୀଙ୍କ ପ୍ରତିକ୍ରୀୟା ବର୍ତ୍ତମାନ ପଯ୍ୟର୍ନ୍ତ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.