Below header

କରୋନା ଯୋଗୁ ମୁମ୍ବାଇରେ ଘରୁ କାମ କରିବାକୁ ନିର୍ଦ୍ଦେଶ, ନାଗପୁରରେ ଲାଗୁ ହେଲା ଧାରା ୧୪୪

କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଅଧିକାରୀଙ୍କ ସୂଚନା ମୁତାବକ ଦେଶରେ ଏବେ କରୋନା ଭାଇରସ୍‌ର ୧୨୫ଟି ମାମଲା ସାମ୍ନାକୁ ଆସିଛି। କରୋନା ଦ୍ୱାରା ଭାରତର ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୩୯ଟି କରୋନା ସନ୍ଦିଗ୍ଧ ମିଳିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ମୁମ୍ବାଇ ମହାନଗର ପାଳିକା (BMC) ଆକ୍ଟିଭ୍‌ ମୋଡ୍‌କୁ ଆସିଛି। ବିଏମ୍‌ସି ଏକ ଆଡଭାଇଜରି ଜାରି କରି ଲୋକଙ୍କୁ ଅତ୍ୟାବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେବା ସହ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ମନା କରିଛି।

Coronavirus

ଆଡଭାଇଜରିରେ ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ଘରୁ କାମ କରିବାକୁ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମ୍‌ସି କହିଛି ଯେ ଭାରତ ସରକାର ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦେଇଛି। ଏହି ଆଦେଶ ପାଳନ ନ କଲେ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅନ୍ୟପଟେ ନାଗପୁର ପୋଲିସ ମଧ୍ୟ ସହରରେ ୧୪୪ ଧାରା ଲାଗୁ କରିଛି। ଏବେ କୌଣସି ଲୋକ ଏକାଠି ହୋଇପାରିବେ ନାହିଁ। ଏନେଇ ପୋଲିସ ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.