Below header

ସଂସଦ ଭିତରେ ପ୍ରବେଶ ପୂର୍ବରୁ ସମସ୍ତ ସାଂସଦଙ୍କର ହେବ କୋଭିଡ୍ ଟେଷ୍ଟ, ପରିଦର୍ଶନକାରୀଙ୍କୁ ମିଳିବନି ଅନୁମତି

ଆସନ୍ତା ୧୬ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନରେ ସମସ୍ତ ମନ୍ତ୍ରୀ ଏବଂ ବାକି ସମସ୍ତ ସାଂସଦଙ୍କ ସହିତ ସଂସଦ ପରିସରରେ ପ୍ରବେଶ କରୁଥିବା ସମସ୍ତ ସାଂସଦଙ୍କ କୋଭିଡ୍-୧୯ ଟେଷ୍ଟ କରିବାକୁ ପଡିବ। ଅଧିବେଶନର ପ୍ରସ୍ତୁତିକୁ ଶେଷ ରୂପ ଦେବା ପାଇଁ ଗତକାଲି ଦିଲ୍ଲୀ ସ୍ବାସ୍ଥ୍ଯ ଅଧିକାରୀ, ଏମ୍ସ, ଆଇସିଏମଆର, ଡିଆରଡିଓ ଏବଂ ସ୍ବାସ୍ଥ୍ଯ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞଙ୍କ ସହ ଲୋକସଭା ଅଧ୍ଯକ୍ଷ ଓମ୍ ଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି।

house1ବୈଠକ ପରେ ସାମ୍ବାଦିକମାନଙ୍କୁ କୁହାଯାଇଛି, ‘ସମସ୍ତ ସଦସ୍ଯଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ପଡିବ।’ ସଂସଦର ଅଧିକାରୀ ଏବଂ କର୍ମଚାରୀମାନଙ୍କ ପାଇଁ ଟେଷ୍ଟ କରିବା ପାଇଁ ମଧ୍ଯ ସୁବିଧା କରାଯିବ। ଏଥିପାଇଁ ବିସ୍ତୁତ ଭାବେ ସୂଚନା ପ୍ରସ୍ତୁତ କରାଯାଉଛି। ଆବଶ୍ଯକତା ପଡିଲେ ମଧ୍ଯ କର୍ମଚାରୀମାନଙ୍କୁ କମ କରାଯାଇପାରେ। ଏଥିସହ କୁହାଯାଇଛି ମନ୍ତ୍ରାଳୟର ଅଧିକାରୀ ଏବଂ ସଦସ୍ଯଙ୍କ ବ୍ଯକ୍ତିଗତ କର୍ମଚାରୀମାନଙ୍କ ପରୀକ୍ଷଣ ସୁବିଧା ମଧ୍ଯ କରାଯିବ। ଏହାବ୍ଯତୀତ ଲୋକସଭା ଏବଂ ରାଜ୍ଯସଭା ଉଭୟରୁ ଗଣମାଧ୍ଯମ ବ୍ଯକ୍ତିଙ୍କ ସଂଖ୍ଯା ପ୍ରତିବନ୍ଧିତ କରିବାର ପ୍ରସ୍ତାବ ରହିଛି। ଏଥିସହ କୋଭିଡ୍ ଟେଷ୍ଟ ସମସ୍ତ ଗଣମାଧ୍ଯମ କର୍ମଚାରୀମାନଙ୍କ ପାଇଁ ଅନିବାର୍ଯ୍ଯ।

ସଂସଦ ଭବନରେ ପ୍ରବେଶ ପଥରେ ତାପମାନ ମାପିବା ପାଇଁ ଥର୍ମାଲ ଗନ୍ ଏବଂ ଥର୍ମାଲ ସ୍କାନର କ୍ଯାମେରାର ବ୍ଯବହାର କରାଯିବ। ଏହାବ୍ଯତୀତ ସଂସଦ ପରିସର ସ୍ବଚ୍ଛତା ପାଇଁ ସଠିକ୍ ଉପାୟ ପାଳନ କରାଯିବ। ପାର୍ଲାମେଣ୍ଟ କମ୍ଫ୍ଲେକ୍ସ ଭିତରେ ୪୦ଟି ଅଲଗା ଅଲଗା ସ୍ଥାନରେ ସାନିଟାଇଜର୍ ର ସୁବିଧା କରାଯିବ ସହ ଆପାତକାଳୀନ ଚିକିତ୍ସା ଦଳ ଏବଂ ଆମ୍ବୁଲାନ୍ସ ସେବା ମଧ୍ଯ ଜାରି ରହିବ। ଏସବୁ ବ୍ଯତୀତ ଅଧିବେଶନ ସମୟରେ ପରିଦର୍ଶନକାରୀଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.