କେବଳ ମୋବାଇଲ ନୁହେଁ ଏବେ ଟିଭିରୁ କରିପାରିବେ ଭିଡିଓ କଲ୍‌, Google Duo ଆଣୁଛି ନୂଆ ସପୋର୍ଟ

ଆପଣ ମୋବାଇଲ କିମ୍ବା ଲାପଟପ୍‌ରୁ ଭିଡିଓ କଲ୍‌ କରିପାରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର Google Duo ଆଣ୍ଡ୍ରଏଡ ଟିଭିରେ ଉପଲବ୍ଧ ହେବ। ଏବେ ଏହାର ଟେଷ୍ଟିଂ ବିଟା ଭର୍ସନରେ ହେଉଛି। ଆଣ୍ଡ୍ରଏଡ ଟିଭିରେ ନୂଆ ଅପଡେଟ୍‌ ଆଣିବା ପରେ ଆପଣ ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲିଂ କରିପାରିବେ। ଏହାପୂର୍ବରୁ ଚଳିତ ମାସ ଆରମ୍ଭ ଗୁଗଲ କ୍ରୋମକାଷ୍ଟରେ ଗୁଗଲ୍‌ ମିଟର ସପୋର୍ଟ ଦେଇଥିଲା।

ଗୁଗଲ ଏହି ଅପଡେଟ୍‌ ବିଷୟରେ ନିଜର ବ୍ଲଗରେ ଜଣାଇଛି। ଗୁଗଲ ଡୁଓ ସାହାଯ୍ୟରେ ଆଣ୍ଡ୍ରଏଡ ଟିଭି ଜରିଆରେ ଆପଣ ଓ୍ଵାନ ଟୁ ଓ୍ଵାନ କିମ୍ବା ଗ୍ରୁପ ଭିଡିଓ କଲିଂ କରିପାରିବେ। ଯଦି ଆପଣଙ୍କ ଟିଭିରେ କ୍ୟାମେରା ନଥାଏ, ତେବେ ଟିଭିରୁ ଭିଡିଓ କଲିଂ କରିବା ପାଇଁ ୟୁଏସବି କ୍ୟାମେରାର ବ୍ୟବହାର କରିପାରିବେ। ଗୁଗଲ ଖୁବଶୀଘ୍ର ଗୁଗଲ ଡୁଓକୁ ଗୁଗଲ ମିଟ୍‌ରେ ରିପ୍ଲେସ କରିବାକୁ ଯାଉଛି।

tv

ଏହି ପରିବର୍ତ୍ତନ ପରେ ନୂଆ ଆପ୍‌ର ନାମ ‘Duet’ (Duo+Meet) ରଖାଯିବ। ସୂଚନାଯୋଗ୍ୟ, ଗୁଗଲ କିଛିଦିନ ପୂର୍ବରୁ ଗୁଗଲ ଡୁଓର େଓ୍ଵବ ଭର୍ସନରେ ୩୨ ଜଣ ଲୋକଙ୍କ ସହିତ ଭିଡିଓ କଲିଂ କିମ୍ବା ଭିଡିଓ କନଫରେନ୍ସିଂ କରିବାର ସୁବିଧା ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.