ଜାତୀୟ କ୍ରୀଡ଼ା ଦିବସରେ ଦୂତି ଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରସ୍କାର

ଭୁବନେଶ୍ବର: ଦୂତି ଚାନ୍ଦଙ୍କୁ ଅର୍ଜୁନ ପୁରସ୍କାର। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଆୟୋଜିତ ଉତ୍ସବରେ କିଟ୍‌ ଛାତ୍ରୀ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଭର୍ଚୁଆଲ ଜରିଆରେ ଆୟୋଜିତ ଉତ୍ସବରେ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅର୍ଜୁନ ପୁରସ୍କାର ପାଇବାରେ ଦୂତୀ ନବମ ଓଡ଼ିଆ ଓ ଦ୍ୱିତୀୟ ଓଡିଆ ଆଥଲେଟ୍‌।

ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହି ଜାତୀୟ ପୁରସ୍କାର ବିତରଣ ଉତ୍ସବ ରାଷ୍ଟ୍ରପତି ଭାବନରେ ଅନୁଷ୍ଠିତ ନହୋଇ ଦେଶରେ ଚାରୋଟି ଜୋନରେ ବିତରଣ କରାଯାଇଛି । ଏହି କାରଣରୁ କୋଲକାତା ଠାରେ ଦୂତିଙ୍କୁ ଏହି ସମ୍ମାନ ମିଳିଛି। ଦେଶର ଏକ ମର୍ଯ୍ୟାଦା ଜନକ ପୁରସ୍କାର ଲାଭ କରିବାରୁ ବେଶ୍ ଖୁସି ଅଛନ୍ତି ଦୂତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.