ମାଙ୍କଡକୁ କଦଳୀ ଫୋପାଡିଲେ ଇରଫାନ ପଠାନ, କ୍ୟାଚ୍‌ ଧରିବା ପରେ ଏମିତି କିଛି ଘଟିଲା, ଦେଖନ୍ତୁ ଭିଡିଓ

ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ମଜାଦାର ଭିଡିଓ ପୋଷ୍ଟ କରି ଲୋକଙ୍କୁ ଏଣ୍ଟରଟେନ ମଧ୍ୟ କରୁଛନ୍ତି। ଏବେ ଇରଫାନ ଏମିତି ଏକ ଭିଡିଓ କମେଣ୍ଟ୍ରି କରି ସେୟାର କରିଛନ୍ତି। ଏହି ଭିଡିଓରେ ଇରଫାନ ମାଙ୍କଡକୁ କଦଳୀ ଖାଇବାକୁ ଦେଇଥିବା ବେଳେ ତାଙ୍କ ପାଖରେ ତାଙ୍କ ପୁଅ ମଧ୍ୟ ରହିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି।

ଭିଡିଓକୁ ଭଲ କରି ଦେଖନ୍ତୁ। ଭିଡିଓରେ ଇରଫାନ ମାଙ୍କଡକୁ କଦଳୀ ଫୋପାଡୁଥିବା ବେଳେ ମାଙ୍କଡ କ୍ୟାଚ ଧରିବାକୁ ଚେଷ୍ଟା କରୁଛି। କିନ୍ତୁ କଦଳୀ ତଳେ ପଡିଯାଉଛି। କ୍ୟାଚ ଧରିନ ପାରି ମାଙ୍କଡ ଦୌଡି ପଳାଉଛି। କିନ୍ତୁ ପାଖରେ ଥିବା ଅନ୍ୟ ମାଙ୍କଡ କଦଳୀକୁ ଧରିପକାଉଛି। ଏହି ଭିଡିଓରେ ଇରଫାନ ବ୍ୟାକଗ୍ରାଉଣ୍ଡ କମେଣ୍ଟ୍ରି କରୁଥିବା ନଜର ଆସୁଛନ୍ତି। କ୍ରିକେଟରେ ଯେପରି ବଲ୍‌କୁ ଜଣେ ଖେଳାଳି କ୍ୟାଚ ଧରିବା ବେଳେ ହାତରୁ ଖସିଯାଇଥାଏ, ଆଉ ଅନ୍ୟ ଜଣେ ଖେଳାଳି ଆସି ବଲ୍‌କୁ ଧରିପକାଏ, ସେପରି ଏହି ଭିଡିଓରେ ଦେଖିବାକୁ ମିଳିଛି।

 

View this post on Instagram

 

Everyone is gearing up for the IPL,literally everyone 😉 😂 #cricket #commentry #fun

A post shared by Irfan Pathan (@irfanpathan_official) on

ଏହି ଭିଡିଓକୁ ଇରଫାନ ୨୭ ଅଗଷ୍ଟରେ ସେୟାର କରିଥିଲେ। ଏପର୍ଯ୍ୟନ୍ତ ୨୮ ହଜାର ଲୋକ ଭ୍ୟୁ କରିଥିବା ବେଳେ ହଜାର ଲାଇକ୍ସ ମିଳିସାରିଛି। ସୂଚନାଯୋଗ୍ୟ, ଅର୍ନ୍ତଜାତୀୟ ଖେଳରୁ ସନ୍ନ୍ୟାସ ନେଇସାରିଛନ୍ତି ଇରଫାନ। କିନ୍ତୁ ତାଙ୍କ ଫ୍ୟାନ ଫଲୋୟର୍ସ ଏପର୍ଯ୍ୟନ୍ତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.