Below header

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ୬ IASଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି। ଯାହାର ମୁକାବିଲା ପାଇଁ ୬ IASଙ୍କୁ ଦିଆଯାଇଛି ଦାୟିତ୍ୱ । IAS ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । IAS ବିଶାଲ ଦେବଙ୍କୁ ବାଲେଶ୍ୱର, ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ, ଡି.କେ ସିଂଙ୍କୁ କଟକ ଦାୟିତ୍ୱ ଦିଆଯାଇଛି ।

ସେହିପରି ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ , ଭି.ଭି ଯାଦବଙ୍କୁ ଯାଜପୁର ଜିଲ୍ଲା ଓ କେନ୍ଦ୍ରାଞ୍ଚଳ RDCଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସମସ୍ତଙ୍କୁ ତୁରନ୍ତ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.