ନ୍ୟୁଜ୍‌ ପ୍ରିଣ୍ଟ ହେଲାଣି ଦୁର୍ମୂଲ୍ୟ, ଆଗକୁ ଆଉ ଛପା ହୋଇ ନପାରେ ଖବର କାଗଜ, ୧୬ ମାସରେ ବଢ଼ିଲାଣି ୧୭୫ ପ୍ରତିଶତ ଦାମ୍

ଆଗକୁ ଆଉ ପ୍ରକାଶିତ ହୋଇ ନପାରେ ଖବର କାଗଜ। କାରଣ ଏବେ ସାରା ବିଶ୍ୱରେ ଖବର କାଗଜ ଉପରେ ସଙ୍କଟ ଦେଖାଦେଇଛି। ରିପୋର୍ଟ ମୁତାବକ, ଖବର କାଗଜରେ ବ୍ୟବହୃତ ହେଉଥିବା କାଗଜର ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଫଳରେ ଖବର କାଗଜ ପ୍ରକାଶିତ କରିବା ଏବେ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଏହି କାଗଜର ଉତ୍ପାଦନ କମ୍‌ ହୋଇଥିବାରୁ ସପ୍ଲାଏ ବି କମିଛି। ଫଳରେ ଖବରକାଗଜ ଦାମ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏବେ ଭାରତ ୫୦ ପ୍ରତିଶତ ଖବର କାଗଜରେ ବ୍ୟବହୃତ ପେପର ଅନ୍ୟ ଦେଶରୁ କିଣୁଛି। ପୂର୍ବରୁ ୨୦୨୦ ଡିସେମ୍ବରରେ ଖବର କାଗଜ ପେପର ଦାମ୍‌ ମେଟ୍ରିକ ଟନ୍‌ ପ୍ରତି ୩୮୦ରୁ ୪୦୦ ଆମେରିକୀୟ ଡଲାର ଥିବା ବେଳେ ଏବେ ଏହି ଦାମ୍‌ ବଢ଼ି ୧୦୫୦ରୁ ୧୧୦୦ ଆମେରିକୀୟ ଡଲାର ହୋଇଯାଇଛି। ଅର୍ଥାତ୍‌, ମାତ୍ର ଦେଢ଼ ବର୍ଷ ମଧ୍ୟରେ ଖବର କାଗଜ ଦାମ୍‌ ୧୭୫ ପ୍ରତିଶତରୁ ଅଧିକ ବଢ଼ିଛି।

ଖବରକାଗଜ ପେପର ଦାମ୍‌ ବଢ଼ିବାର ପ୍ରମୁଖ କାରଣ:

  • ଭାରତରେ ଆବଶ୍ୟକ ପଡ଼ୁଥିବା ପାଖାପାଖି ୫୦ ପ୍ରତିଶତ ପେପର କାନାଡ଼ା ଓ ୟୁରୋପରୁ ଆମଦାନୀ ହୋଇଥାଏ। କିନ୍ତୁ ରୁଷ ଓ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଏହି ସପ୍ଲାଏ ବାଧାପ୍ତାପ୍ତ ହୋଇଛି।
  • କାନାଡ଼ାରେ କୋଭିଡ୍‌ ଟିକାକରଣ ଅନିବାର୍ଯ୍ୟ କରାଯିବା କାରଣରୁ ଟ୍ରକ ଡ୍ରାଇଭର ହରତାଳ କରୁଛନ୍ତି। ଫଳରେ ସପ୍ଲାଏ ହୋଇପାରୁନାହିଁ।
  • ମହାମାରୀ ବେଳେ ଅନ୍‌ଲାଇନ୍‌ ସପିଂ ବଢ଼ିବା କାରଣରୁ ବ୍ରାଉନ୍‌ ପେପର ଡିମାଣ୍ଡ ବଢ଼ିଯାଇଛି। ପେପର ମିଲ୍‌ ବ୍ରାଉନ୍‌ ପେପରର ଉତ୍ପାଦନରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଖବର କାଗଜ ଉତ୍ପାଦନ କମିଛି।
  • ମହାମାରୀରେ ରଦି କମ୍‌ ଆଦାୟ ହୋଇଛି, ଯାହା ଖବର କାଗଜ ପେପରର ମୁଖ୍ୟ କଞ୍ଚା ମାଲ। ଏବେ ରଦି ଦାମ୍‌ ୧୦-୧୨ ଟଙ୍କାରୁ ୩୫-୪୦ ଟଙ୍କା ହୋଇଛି। ଫଳରେ ଖବର କାଗଜ ପେପରର ଦାମ୍‌ ବି ବଢ଼ିଛି।

Also Read: ଛିଃ ଏତେ ନୃଶଂସ! ଖେଚୁଡ଼ି ଲୁଣିଆ ହୋଇଯିବାରୁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.