Below header

ଛିଃ ଏତେ ନୃଶଂସ! ଖେଚୁଡ଼ି ଲୁଣିଆ ହୋଇଯିବାରୁ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଥାନେ: ଖାଇବା ଲୁଣିଆ ହୋଇଯିବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ମହାରାଷ୍ଟ୍ରର ଥାନେ ଜିଲ୍ଲା ଭାୟନ୍ଦର ଟାଉନ୍‌ସିପ୍‌ରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ଏଠାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀକୁ ମାରି ଦେଇଛନ୍ତି। ଆଉ ହତ୍ୟା କରିବାର କାରଣ ହେଉଛି ତାଙ୍କ ଖେଚୁଡ଼ିରେ ଲୁଣ ଅଧିକ ପଡ଼ିଯାଇଥିଲା। ଏଥିରେ ରାଗି ଯାଇ ବ୍ୟକ୍ତି ଜଣକ ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ଜୀବନରୁ ମାରି ଦେଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ନୀଲେଶ ଘାଘ ପତ୍ନୀଙ୍କୁ ସକାଳୁ ଉଠି ଖାଇବାକୁ ମାଗିଥିଲା। ସ୍ତ୍ରୀ ତାଙ୍କୁ ଖାଇବାରେ ଖେଚୁଡ଼ି ଦେଇଥିଲେ। କିନ୍ତୁ ଏହି ଖେଚୁଡ଼ିରେ ଅଧିକ ଲୁଣ ପଡ଼ିଯାଇଥିଲା। ଫଳରେ ନୀଲେଶ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେ ସ୍ତ୍ରୀଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ। ଏତିକିରେ ବି ତାଙ୍କ ରାଗ ଶାନ୍ତ ହୋଇନଥିଲା। ସେ ସ୍ତ୍ରୀର ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ।

ସ୍ଥାନୀୟ ଲୋକ ମହିଳାଙ୍କ ଚିତ୍କାର ଶୁଣି ଆସି ଦେଖିବା ବେଳକୁ ନୀଲେଶଙ୍କ ପତ୍ନୀଙ୍କ ମୃତ ଦେହ ତଳେ ପଡ଼ିଥିଲା। ସେମାନେ ଏ ନେଇ ପୋଲିସରେ ଖବର ଦେଇଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଅଭିଯୁକ୍ତ ନୀଲେଶକୁ ଗିରଫ କରିଛି।

ତେବେ ଏଭଳି ଏକ ଘଟଣା ଗୁରୁବାର ମଧ୍ୟ ଘଟିଥିଲା। ଏଠାରେ ବୋହୂ ଚା’ ସହ ଜଳଖିଆ ନ ଦେବାରୁ ଶ୍ୱଶୁର ତାଙ୍କୁ ଗୁଳି ମାରି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା। ଶ୍ୱଶୁର ଜଣକ ବୋହୂର ପେଟକୁ ଗୁଳି ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

Also Read: ତମାଖୁ ବ୍ରାଣ୍ଡ୍‌ ବିଜ୍ଞାପନର ଟଙ୍କା ନ ଫେରାଇବାରୁ ଟ୍ରୋଲ୍‌ ହେଲେ ଅକ୍ଷୟ କୁମାର, ଲୋକେ କହୁଛନ୍ତି- ‘ଆଡ୍‌ ବନ୍ଦ କରି ପଇସା ଫେରାଅ’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.