Below header

ବିମାନରେ ମାସ୍କ ଦରକାର ନାହିଁ! ପାଇଲଟ୍‌ଙ୍କ ମୁହଁରୁ କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ଏମିତି ହେଲେ ଯାତ୍ରୀ…

ଆମେରିକାରେ ବର୍ତ୍ତମାନ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ନାହିଁ। ଏଣିକି ଯାତ୍ରୀମାନେ ବିମାନ, ମେଟ୍ରୋ ଟ୍ରେନ୍‌ ଏବଂ ବସ୍‌ରେ ବିନା ମାସ୍କରେ ବି ଯାତ୍ରା କରି ପାରିବେ। ଆମେରିକାର ଏକ କୋର୍ଟ ସାର୍ବଜନୀନ ପରିବହନ ନିମନ୍ତେ ମାସ୍କ ବାଧ୍ୟତାମୂଳକ ନିୟମକୁ ରଦ୍ଦ କରି ଦେଇଛନ୍ତି। ଏହାରି ଭିତରେ ଏବେ ଇଣ୍ଟରନେଟ୍‌ରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ବିମାନରେ ବସିଥିବା ଯାତ୍ରୀମାନେ କୋର୍ଟଙ୍କ ନିଷ୍ପତ୍ତି ଉପରେ ଖୁସି ଜାହିର କରୁଛନ୍ତି। ଏହି ଭିଡିଓକୁ ୨ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଥିବା ବେଳେ ବିମାନଟି ଡେଲ୍‌ଟା ଏୟାରଲାଇନର ବୋଲି ଜଣାପଡ଼ିଛି।

ଭିଡିଓରେ ଆପଣ ଦେଖି ପାରିବେ ଯେ ପାଇଲଟ୍‌ ଯାତ୍ରୀମାନଙ୍କୁ ସାର୍ବଜନିକ ପରିବହନରେ ମାସ୍କ ଅନିବାର୍ଯ୍ୟତାକୁ ଶେଷ କରାଯିବା ନେଇ ଘୋଷଣା କରୁଛନ୍ତି। ଏଥିସହ କହୁଛନ୍ତି କି, ମାସ୍କ ପିନ୍ଧିବା ଏବେ ଇଚ୍ଛାଧୀନ ହେଲା। ତେବେ ପାଇଲଟ୍‌ ଯେତେବେଳେ ଏହି ସୂଚନା ଦେଲେ, ବିମାନରେ ବସିଥିବା ସମସ୍ତ ଯାତ୍ରୀ ନିଜ ନିଜର ମାସ୍କ ଖୋଲିଦେଲେ ଏବଂ ତାଳି ବଜାଇ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ।

କହି ରଖୁଛୁ, ଫ୍ଲୋରିଡାର ଏକ କୋର୍ଟ ନିଜ ଆଦେଶରେ ମାସ୍କ ଅନିବାର୍ଯ୍ୟତା ନେଇ ୧୪ ମାସର ପୁରୁଣା ନିଷ୍ପତ୍ତିକୁ ଉଚିତ୍‌ ଦର୍ଶାଇ ନ ଥିଲେ। ସୂଚନାଥାଉ କି, ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ (CDC) ଦ୍ୱାରା ଲଗାଯାଇଥିବା କୋଭିଡ୍‌ ମାସ୍କର ଅନିବାର୍ଯ୍ୟତା ନିୟମ ଉପରେ କୋର୍ଟ ପ୍ରହାର କରିଛନ୍ତି। କରୋନା ମାମଲା ବୃଦ୍ଧି ଭିତରେ CDC ସାର୍ବଜନିକ ଯାତ୍ରା ସମୟରେ ଫେସ୍‌ ମାସ୍କର ଅନିବାର୍ଯ୍ୟତାକୁ ନିକଟରେ ୩ ମେ’ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.