Below header

ଦଶପଲ୍ଲା ଲଙ୍କା ପୋଡି ଯାତ୍ରାରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ବଧ କଲେ ଶ୍ରୀରାମ

ସଂସ୍କୃତି ତଥା ପରମ୍ପରାର ରାଜ୍ୟ ଓଡ଼ିଶା। ଏଠାରେ ରହୁଥିବା ପ୍ରତ୍ୟେକ ଲୋକ ନିଜ ନିଜ ପରମ୍ପରାକୁ ବହୁ ଆଡମ୍ବରରେ ଖୁସିରେ ପାଳନ କରିଥାନ୍ତି। ରାଜ୍ୟରେ ବିଭିନ୍ନ ଧର୍ମର ଲୋକ ବାସ କରୁଥିବା ବେଳେ ପ୍ରତ୍ୟେକଙ୍କର ରହିଛି ନିଜସ୍ୱ ସ୍ୱତନ୍ତ୍ର ପରମ୍ପରା। ତେବେ ସବୁଠାରୁ ଅଧିକ ପୂଜା ପର୍ବ ଆମ ହିନ୍ଦୁ ଧର୍ମରେ ଦେଖିବାକୁ ମିଳେ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ହିନ୍ଦୁ ରୀତିନୀତି ଅନୁଯାୟୀ ପରମ୍ପରା ସବୁକୁ ପାଳନ କରାଯାଏ। ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପରମ୍ପରା ବହୁ ପ୍ରସିଦ୍ଧ ଥାଏ। ଯେମିତିକି ନୟାଗଡର ବିଶ୍ୱ ପ୍ରସିଦ୍ଧ ଦଶପଲ୍ଲା ଲଙ୍କା ପୋଡ଼ି ଯାତ୍ରା। ଏହି ଯାତ୍ରା ପ୍ରତିବର୍ଷ ପାଳନ କରାଯାଏ। ଏହାର ମୁଖ୍ୟ ଆକର୍ଷଣ ଥାଏ ୩୫ ଫୁଟ ଉଚ୍ଚର କାଠରେ ତିଆରି ରାବଣ। ଯାହାକୁ ଦେଖିବାକୁ ଅନେକ ସ୍ଥାନରୁ ଲୋକ ଆସିଥାନ୍ତି।

ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଟିକେ କୋହଳ ହେବା ପରେ ଏହି ପର୍ବକୁ ଖୁବ ଧୂମଧାମରେ ପାଳନ କରିଛନ୍ତି ସ୍ଥାନୀୟ ଲୋକ। ଏମିତିରେ ଦଶପଲ୍ଲାରେ ରାବଣ ବଧ ପରମ୍ପରା ଶେଷ ହୋଇଯାଇଛି। ପ୍ରତିଥର ମହାବୀରଙ୍କ ମନ୍ଦିରରୁ ବାହାରି ଏକ ବିରାଟ ପଟୁଆରା ଲଙ୍କା ପୋଡ଼ି ଉତ୍ସବ ପଡ଼ିଆ ଯାଏ ଆସିଥାଏ। ଏଠାରେ ଲୋକମାନେ କଳାକାର ବେଶରେ ଅଭିନୟ ମଧ୍ୟ କରିଥାନ୍ତି। ଶେଷରେ ରାମଚନ୍ଦ୍ର ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣ କୁ ବଧ କରିଥାନ୍ତି।

ନୀତି ଏବଂ ପୂଜା ସହ ଏହି ବ୍ରହ୍ମାସ୍ତ୍ର ର୍ନିମାଣ ହୋଇଥାଏ । ରାମ ଅଗ୍ନି ସଂଯୋଗ କରିବାପରେ ସିଧା ରାବଣ ଦେହରେ ଅଗ୍ନି ସଂଯୋଗ ହୋଇଥାଏ ଏବଂ ପୁଣି ରାମଙ୍କ ପାଖକୁ ଫେରି ଆସିଥାଏ । ବିଶ୍ୱାସ ରହିଛି ଯଦି ବ୍ରହ୍ମାସ୍ତ୍ର ନଯାଏ, ତାହେଲେ କୌଣସି ପ୍ରକାର କ୍ଷତି ହୋଇଥାଏ । ୨୦୧୯ ମସିହାରେ ବ୍ରହ୍ମାହୋଇଥାଏ ଯାଇ ନଥିଲା ଏବଂ ପରବର୍ତ୍ତୀ ସମୟରେ ଦୁଇ ବର୍ଷ ଧରି କୋଭିଡ ପାଇଁ ଉତ୍ସବ ବନ୍ଦ ରହିଥିଲା ।

ତେବେ ଏହି ଉତ୍ସବରେ ଓଡ଼ିଶାର ବଛା ବଛା ବାଣ ତିଆରି କରୁଥିବା କାରିଗର ମାନେ ଆସିଥାନ୍ତି ଏବଂ ସେମାନଙ୍କ ଭିତରେ ପ୍ରତିଯୋଗିତା ହୋଇଥାଏ । ଲକ୍ଷାଧିକ ଟଙ୍କାର ବାଣ ପୋଡାଯାଏ ।ଚଳିତ ବର୍ଷ ୧୧ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥିଲା । ମିନାବଜାର, ରାମଦୋଳି ସହ ବିଭିନ ପ୍ରକାର ଖାଦ୍ୟ ଷ୍ଟଲ ଯାତ୍ରା କୁ ଆହୁରି ସୁନ୍ଦର କରିଥାଏ ।

ଚଳିତ ବର୍ଷ କମେଡି କିଂ ପପୁପମ ପମ ଆସିଥିଲେ । ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲେ । ସେହିଭଳି ଲଙ୍କା ପୋଡି ଯାତ୍ରାକୁ ଧରି କୁଆଁରିଆ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ । ଏଥିରେ ଶେଷ ଦିନ କନ୍ଧମାଳ ସାଂସଦ ଯୋଗଦାନ କରିବେ । ତେବେ, ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ସ୍‌ୱତନ୍ତ୍ର ଦୃଷ୍ଟି ପଡିଲେ ଦଶପଲ୍ଲା ଲଙ୍କା ପୋଡି ଯାତ୍ରା ଆହୁରି ବିକାଶ ହୋଇପାରିବ ବୋଲି କୁହାଯାଇଛି। । ଭାରତ ବର୍ଷରେ ବନାରସ ପରେ ଦ୍ୱିତୀୟ ସର୍ବ ପୁରାତନ ଲୋକ ନାଟକ ଓ ଲୋକ ଯାତ୍ରାର ଗୌରବ ହାସଲ କରିଛି ଦଶପଲ୍ଲା ଏହି ଲଙ୍କାପୋଡି ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.