ଆଫ୍‌ଗାନିସ୍ତାନ: ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣଙ୍କ ମୃତ୍ୟୁ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌ ମସ୍‌ଜିଦ ସମେତ ୪ଟି ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ ଫଳରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ୪ ସିରିଜ୍‌ ବୋମା ବିସ୍ଫୋରଣରେ ଆଫ୍‌ଗାନିସ୍ତାନ ଦୋହଲି ଯାଇଥିବା ବେଳେ ଲୋକମାନେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.