Below header

ଆଶ୍ଚର୍ଯ୍ୟ ହେଉଥିଲେ ବି ସତ, କରୋନା କାଳରେ ୨୭ ପ୍ରତିଶତ ପର୍ଯ୍ୟନ୍ତ ବଢିଛି ସାଇକେଲ ଚୋରି ଘଟଣା

କରୋନା ମହାମାରୀ ଖାଲି ଯେ ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇପାରେ ତାହା ନୁହେଁ ଆପଣଙ୍କ ସାଇକେଲ ପାଇଁ ବି ଏହା ଖୁବ ମାରାତ୍ମକ ହୋଇପାରେ । ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ନା ଏହା କିନ୍ତୁ ସତ । ପୃଥିବୀର ସର୍ବାଧିକ ଧନୀ ସହର ଭାବେ ଜଣା ନ୍ୟୁୟର୍କରେ ହିଁ ଏମିତି ଘଟଣା ଘଟିଛି । ଏହି ମହାମାରୀ ସମୟରେ ସହରରେ ସାଇକେଲ ଚୋରି ଘଟଣା ଦ୍ରୁତ ଗତିରେ ବଢିଛି । ସାଇକେଲ ଷ୍ଟାଣ୍ଡ, ଗ୍ୟାରେଜ, ବିଲଡିଂଗ ତଳ ସ୍ଥାନ ମାନଙ୍କରେ ଯେଉଁମାନେ ସାଇକେଲ ରଖି ଯାଉଥିଲେ, କିଛି ସମୟ ପରେ ଆସି ଦେଖିବା ବେଳକୁ ସାଇକେଲ ନଥାଉଛି । ଏହି ଧରଣର ଘଟଣା ସହରରେ ଏମିତି ବଢି ଚାଲିଛିଯେ, ଲୋକେ କହିଲେ ଯଦି ନିଜ ସାଇକେଲକୁ ଚୋରଙ୍କ ଦାଉରୁ ବଂଚାଇବାକୁ ଚାହୁଁଛନ୍ତି ତେବେ ନିଜ ସାଥିରେ ନେଇ ଶୁଅନ୍ତୁ । ଖାଲି ନ୍ୟୁୟର୍କ ନୁହେଁ ବ୍ରିଟେନ ଓ ଫ୍ରାନ୍ସ ପରି ସହର ମାନଙ୍କରେ ବି ସମାନ ଧରଣର ଘଟଣା ସାମ୍ନାକୁ ଆସିଛି ।

ଏକାଧିକ ସଂଖ୍ୟକ ସାଇକେଲ ହରାଇଥିବା ଜ୍ୟାକବ ପ୍ରିଲ କହିଛନ୍ତିକି, ସାଧାରଣତଃ ଲୋକ ମାନେ ନିଜେ କିଣିଥିବା ସାଇକେଲ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ସହ ରଖିବାକୁ ଚାହୁଁଥିବା ବେଳେ ଏବେ କିନ୍ତୁ ଏମିତି ଘଟିବା ସମ୍ଭବ ହେଉନାହିଁ । ଏବେ ସ୍ଥିତି ଏମିତି ହୋଇଛିଯେ, ଯଦି ଜଣେ ଭୁଲରେ ବି ନିଜ ସାଇକେଲକୁ କିଛି ସମୟ ପାଇଁ ଘର ବାହାରେ ଛାଡି ଯାଇଛନ୍ତି, ମାତ୍ର କିଛି ସେକେଣ୍ଡ ଭିତରେ ସାଇକେଲ କୁଆଡେ ଉଭେଇ ଯାଉଛି । ଏମିତିକି ଲକ କରି ରଖିଥିଲେ ବି ଚୋର ମାନେ ଅତି ସହଜରେ ତାଲା ଭାଙ୍ଗି ଚୋରି କରି ନେଉଛନ୍ତି ।

ସ୍ଥାନୀୟ ପୋଲିସଙ୍କ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚରୁ ସେପ୍ଟେମ୍ବର ମାସ ଭିତରେ ୪୪୭୭ ଟି ସାଇକେଲ ଚୋରି ହୋଇଥିବା ଜଣାଯାଇଛି । ଏହି ଲିଷ୍ଟରେ ଇଲେକ୍ଟ୍ରିକ ମୋଟର ସାଇକେଲ ବି ସାମିଲ ଅଛି । ଯଦି ପୂର୍ବ ରେକର୍ଡକୁ ଦେଖାଯାଏ ତେବେ ଜଣାଯିବ କି ଗତ ବର୍ଷ ତୁଳନାରେ ଏହି ଘଟଣା ୨୭ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଛି । କହିରଖିବା ଉଚିତ ହେବକି, ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ସଂକ୍ରମିତ ସଂଖ୍ୟା ୩ କୋଟି ୮୦
ଲକ୍ଷ ପାର ହୋଇଛି । ଯେବେକି ଦେଶରେ ୨ଲକ୍ଷରୁ ଉର୍ଦ୍ଧ୍ବଙ୍କ ଜୀବନ ନେଇସାରିଲାଣି ଏହି ମାରାତ୍ମକ ଭାଇରସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.