ପୁଣି ହତାଦାର ହେଲା ମା, ପରିଣତ ବୟସରେ ବସରେ ବସାଇ ଏକା ଛାଡିଦେଲା ପୁଅ

ଗଞ୍ଜାମ: ପୁଣି ଜନ୍ମ କଲା ପୁଅ ହତାଦର କରିଛି ମାକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ । ଚିକିଟି ବ୍ଲକ କେ.ନୂଆଗାଁର ବୃଦ୍ଧା ଓରାଲୁ ବିନ୍ଧାଣୀ । ତାଙ୍କର ତିନୋଟି ପୁଅ । ବଡପୁଅ ବୃନ୍ଦାବନ କେ.ନୂଆଗାଁରେ ରହୁଥିବା ବେଳେ, ମଝିଆ ପୁଅ କାଶୀ ଜକର ରେ ଓ ସାନପୁଅ ଗଦାଧର ଡଙ୍କାରୀ ଗାଁରେ ରହୁଛନ୍ତି । ପ୍ରତ୍ୟେକ ପୁଅ ନିକଟରେ ମା ଏକ ମାସ ଲେଖାଏଁ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ତେବେ ଆଜି ବଡପୁଅ ନୁଆଗାଁରେ ଏକ ବସ୍ ରେ ବସାଇ ଛାଡିଦେଲେ ସାନ ପୁଅ ପାଖକୁ । କିନ୍ତୁ ବୃଦ୍ଧା ଜଣଙ୍କୁ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ   ଗାଡି ଚାଳକ ଓହ୍ଲାଇ ଦେଲା । ସେତେବେଳକୁ ସକାଳ ଆଠଟା। ଅସହାୟ ଅବସ୍ଥାରେ ଥିବା ବୃଦ୍ଧାଙ୍କୁ ବସ୍ ଷ୍ଟାଣ୍ଡର ବ୍ୟବସାୟୀ ପ୍ରଫୁଲ୍ଲ ପାଢୀ ତାଙ୍କୁ ଦୋକାନ ସମ୍ମୁଖରେ ଆଣି ବସାଇଥିଲେ । ଏହା ପରେ ବିଡିଓ, ତହସିଲଦାର ଓ କୋଟିନଡା ସରପଞ୍ଚଙ୍କୁ ଜଣାଇବା ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଇନଥିଲେ ।

ତିନି ଘଣ୍ଟା ଦୋକାନ ସମ୍ମୁଖରେ ରହିବା ପରେ ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ୍ ହେବାରେ ଲାଗିଲା । ଯାହା ଜାଣିବାପରେ ସାନପୁଅ ଆସି ଡଙ୍କାରୀ ନେଇଥିବା ଜଣାପଡିଛି । ସତରେ ବୃଦ୍ଧାଙ୍କୁ ମାସିକ ରଖିବା ନିୟମ ଯେତିକି ଦୁଃଖଦ, ତାଠାରୁ ବଡ ନିନ୍ଦନୀୟ ଘଟଣା ହେଉଛି ଅସହାୟ ଅବସ୍ଥାରେ ଏହି ପରିଣତ ବୟସରେ ପୁଅ ଏକା ପୁଅ ଛାଡିଦେବା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.