Below header

ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଲା ବାତ୍ୟା ବିପର୍ଯ୍ୟୟ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

ଗୁଜରାଟର ଜଖାୟୁ ବନ୍ଦର ନିକଟରେ ସ୍ଥଳଭାଗ ପ୍ରବେଶ କରିଥିଲା । ଏହି ସମୟରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା । ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି

କେନ୍ୟୁଜ୍(ବ୍ୟୁରୋ): ଗୁଜରାଟରେ ପ୍ରଳୟ ରଚିଲା ବିପର୍ଯ୍ୟୟ । ଗୁଜରାଟରେ ବାତ୍ୟା ବିପର୍ଯ୍ୟୟ କଲା ଲ୍ୟାଣ୍ଡଫଲ । ଜଖାୟୁ ପୋର୍ଟ ନିକଟରେ ସ୍ଥଳଭାଗ ଛୁଇଁଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ରହିଥିଲା ବାତ୍ୟା ବିପର୍ଯ୍ୟୟ । ଗୁଜରାଟ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ପରେ ଆହୁରି ଭୟଙ୍କର ହୋଇଥିଲା । ଗୁଜରାଟର ଜଖାୟୁ ବନ୍ଦର ନିକଟରେ ସ୍ଥଳଭାଗ ପ୍ରବେଶ କରିଥିଲା । ଏହି ସମୟରେ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା । ଏହା ପ୍ରଭାବରେ କଚ୍ଛ ଏବଂ ସୌରାଷ୍ଟ୍ର ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷା ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପରେ ମାଣ୍ଡଭି, ରାଜକୋଟ, କଚ୍ଛ, ଦ୍ୱାରକା, ଜାମନଗର, ପୋରବନ୍ଦର ଆଦି ଅଞ୍ଚଳରେ ତାଣ୍ଡବ ରଚିଛି ବିପର୍ଯ୍ୟୟ । ବିଭିନ୍ନ ସ୍ଥାନରେ ଉପୁଡି ପଡ଼ିଛି ବଡ଼ବଡ଼ ଗଛ । ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ ଓ ଏସଡିଆରଏଫ । ସେହିଭଳି ୧୫ଟି ଜାହାଜ, ୭ଏୟାରକ୍ରାଫ୍ଟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରବଳ ବର୍ଷା ଓ ପବନରେ ୨୨ ଜଣ ଆହତ ହୋଇଛନ୍ତି । ୯୪୦ ଗାଁ ଅନ୍ଧାରରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.