ଆହୁରି ୪ରୁ ୫ ଦିନ ପାଇଁ ଜାରି ରହିବ ଗ୍ରୀଷ୍ମପ୍ରବାହ ରହିବ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

୧୮ ତାରିଖ ପରେ ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି । ୧୮ ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ମୌସୁମୀ ବାୟୁ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

କେନ୍ୟୁଜ୍(ବ୍ୟୁରୋ): ତାତିଲା ଦିନ, ତତଲା ପାଲଟିଲା ରାତି ।ରାଜ୍ୟରେ ଆହୁରି ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ସୋନପୁର, ବୌଦ୍ଧ,ବଲାଙ୍ଗୀର, ନୂଆପଡ଼ା, କଟକ ଏବଂ ଖୋର୍ଦ୍ଧାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରାଯାଇଛି । ସେହିପରି ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖ ପରେ ତାପମାତ୍ରା ସାମାନ୍ୟ କମିବାର ସମ୍ଭାବନା ରହିଛି । ୧୮ ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ମୌସୁମୀ ବାୟୁ ଆଗମନ ପାଇଁ ଅନୁକୂଳ ବାତାବରଣ ରହିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆଜି ସକାଳ ସାଢେ ୫ଟା ସୁଦ୍ଧା ଭୁବନେଶ୍ୱରରେ ୩୦.୨ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆର୍ଦ୍ରତା ୯୨% ରେକର୍ଡ ହୋଇଛି । ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ ହୋଇଥିଲା । ୪୪ ଉପରେ ରହିଥିଲା ୩ ସହର । ସମ୍ବଲପୁରରେ ତାପମାତ୍ରା ଥିଲା ୪୩.୯ ଡିଗ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.