ମାଡ଼ିଆସୁଛି ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ କ୍ୟାର, ରତ୍ନଗିରି ଠାରୁ ୧୯୦ ଓ ମୁମ୍ବାଇଠାରୁ ୩୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ

ନୂଆଦିଲ୍ଲୀ: ମାଡ଼ିଆସୁଛି କ୍ୟାର । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ କ୍ୟାର ଘନୀଭୂତ । ଅତିପ୍ରବଳ ସାମୁଦ୍ରିକ ଝଡ଼ରେ ପରିଣତ । ରତ୍ନଗିରି ଠାରୁ ୧୯୦ କିଲୋମିଟର ଓ ମୁମ୍ବାଇଠାରୁ ୩୩୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛି । ଏହାର ପ୍ରଭାବରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Rain ଜୋରରେ ପବନ ବହିବ । ଘଣ୍ଟା ପ୍ରତି ଶହେ କିଲୋମିଟର ବେଗରେ ପବନ ବହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩୧ ତାରିଖ ଯାଏ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ । ଏହି ସମୟରେ ଆରବ ସାଗରରେ ଉଚ୍ଚ ଜୁଆର ସୃଷ୍ଟି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.