Below header

ଭଦ୍ରକ ରାଆନ୍ଦିଆ ବଜାରରେ ATM ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ ଫେଲ୍, ସିକ୍ୟୁରିଟି ଗାର୍ଡ ପହଞ୍ଚିଯିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଭଦ୍ରକ(କେନ୍ଯୁଜ୍): ପୁଣି ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍‌। ଭଦ୍ରକରେ ATM ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଆନ୍ଦିଆ ବଜାରରେ ATM ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଛନ୍ତି । ସିକ୍ୟୁରିଟି ଗାର୍ଡ ଆସିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ଗତକାଲି ବିଳମ୍ବିତ ରାତିରେ ୨ଜଣ ଦୁର୍ବୃତ୍ତ ରାଆନ୍ଦିଆ ବଜାରରେ ଏସବିଆଇ ଏଟିଏମରେ ଲାଗି ଥିବା ସିସିଟିଭି କ୍ୟାମେରା ଭାଙ୍ଗି ଟଙ୍କା ଲୁଟ୍‌ ପାଇଁ ଉଦ୍ୟମ କରିଥିଲେ। ହେଲେ ପାଖରେ ଥିବା ଫେକର କମ୍ପାନୀର ୨ ଜଣ ସିକ୍ୟୁରିଟି ଗାର୍ଡ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.