ଆରବ ସାଗରରେ ଆଉ ଏକ ବାତ୍ୟା ‘ମହା’, ୨୪ ଘଣ୍ଟା ମଧ୍ୟରେ ନେବ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମ୍‌ର ରୂପ

ଲାକ୍ଷାଦୀପରେ ରେଡ୍ ଆଲର୍ଟ

କେନ୍ୟୁଜ୍ : ଆରବ ସାଗରରୁ ଯାଉନି ସାଇକ୍ଲୋନ୍ । ଆସିଛି ଆଉ ଏକ ବାତ୍ୟା ମହା । ଏହା ଏବେ ଓମାନ ଆଡକୁ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ହେବ ୧୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମହା । ସିଭିୟର ସାଇକ୍ଲୋନିଟ୍ ଷ୍ଟ୍ରମର ରୂପ ନେଇଥିବା ବାତ୍ୟା ମହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମ୍‌ରେ ପରିଣତ ହେବ । ଏହାର ପ୍ରଭାବରେ ଗତକାଲି ପ୍ରବଳ ବର୍ଷା ହୋଇଥିଲା । ଆଜି ବର୍ଷାର ପରିମାଣ କମିଛି । ହେଲେ ବାତ୍ୟା ପାଖଉଥିବାରୁ ଲାକ୍ଷଦୀପରେ ରେର୍ଡ ଆଲର୍ଟ ଜାରି କରାଯାଇଛି । ବାତ୍ୟା ପ୍ରଭାବରେ କେରଳ ଓ ତାମିଲନାଡୁ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କେରଳ, କର୍ଣ୍ଣାଟକ ଓ ତାମିଲନାଡୁର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ମହା ପ୍ରଭାବରେ ୫୦ କିଲୋମିଟର ବେଗରେ ପବନ ବୋହୁଛି । ତେଣୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 

 

Leave A Reply

Your email address will not be published.