Below header

୩୦ରେ ଆସୁଛି ବାତ୍ୟା ଫାନି ! ତାମିଲନାଡୁ ପାଇଁ ରେଡ ଆଲର୍ଟ ଜାରି, ଜାଣନ୍ତୁ ଓଡ଼ିଶା ଉପରେ କି ପ୍ରଭାବ ପଡିବ

ବଙ୍ଗୋପସାଗରରେ ଆସୁଛି ବାତ୍ୟା ଫାନି । ଏହାର ପ୍ରଭାବରେ ଆସନ୍ତା ୩୦ ଓ ୧ରେ ହେବ ପ୍ରବଳ ବର୍ଷା । ତାମିଲନାଡୁ ପାଇଁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ବାତ୍ୟା ଫାନିର ପ୍ରଭାବ ଓଡ଼ିଶା ଉପରେ ପଡିବନି । ଆସନ୍ତାକାଲିଠାରୁ ଆଭ୍ୟନ୍ତରୀଣ ଓଡିଶାରେ ହିଟେଓ୍ଵଭ କଣ୍ଡିସନ ଜାରି କରାଯାଇଛି। ବିଭିନ୍ନ ସ୍ଥାନର ତାପମାତ୍ରା ୪୦ରୁ ୪୫ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ସୋନପୁର ବୌଦ୍ଧ, ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.