Below header

ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀଙ୍କ ଆକଳନ, ଲ୍ୟାଣ୍ଡଫଲ କରିବା ପୂର୍ବରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ସିତ୍ରାଙ୍ଗ

ଭୁବନେଶ୍ୱର(କେନ୍ୟୁଜ): ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍‌ସଙ୍କ ଆକଳନ ଅନୁଯାୟୀ ଲ୍ୟାଣ୍ଡଫଲ କରିବା ପୂର୍ବରୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ସିତ୍ରାଙ୍ଗ।

ସୋମବାର ରାତି କିମ୍ବା ମଙ୍ଗଳବାର ଭୋରରେ ବାଂଲାଦେଶର ବରିସାଲରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବର୍ତ୍ତମାନ ଏହା ବଙ୍ଗୋପସାଗରରରେ ଉତ୍ତର ପୂର୍ବ ଦିଗରେ ଗତି କରି ଆଗକୁ ବଢୁଛି।

ଅତିଭୀଷଣ ବାତ୍ୟାର ରୂପ ନେବ କି ସିତ୍ରାଙ୍ଗ? ଭିନ୍ନ ଭିନ୍ନ ପାଣିପାଗ ସଂସ୍ଥା ଏନେଇ ଭିନ୍ନ ଆକଳନ କରିଛନ୍ତି। ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ସମ୍ଭାବନା ବହୁତ କମ୍‌ ବୋଲି କହିଛି ସ୍କାଏମେଟ୍‌। ସେପଟେ ସ୍ଥଳଭାଗ ଛୁଇଁବା ପରେ ଏହା ଶକ୍ତିହୀନ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ହୋଇଛି ପୂର୍ବାନୁମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.