Below header

ରାତି ଅଧରେ ପ୍ରେମିକକୁ ଭେଟିବାକୁ ଯାଇଥିଲା ଝିଅ, ବାପାର କୋଦାଳ ଚୋଟରେ ଦୁହିଁଙ୍କର ଗଲା ଜୀବନ

ରାତି ଅଧରେ ପ୍ରେମିକକୁ ଦେଖା କରିବା ପଡ଼ିଲା ମହଙ୍ଗା । ବାପାର କୋଦାଳ ଚୋଟରେ ଗଲା ଝିଅର ଜୀବନ । ପ୍ରେମିକକୁ ଭେଟିବା ପାଇଁ ରାତି ୪ଟାରେ ଘରୁ ବାହାରି ଯାଇଥିଲା ଝିଅ । ଏଥିରେ ବାପା ରାଗିଯାଇ ଝିଅ ଆଉ ତା ପ୍ରେମିକକୁ କୋଦାଳରେ ଆକ୍ରମଣ କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ଉତ୍ତର ପ୍ରଦେଶର ବଦୌନ ଜିଲ୍ଲାରେ । ଜଣେ ବାପା ତା ଝିଅ ଏବଂ ଝିଅର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ବରେଲି : ରାତି ଅଧରେ ପ୍ରେମିକକୁ ଦେଖା କରିବା ପଡ଼ିଲା ମହଙ୍ଗା । ବାପାର କୋଦାଳ ଚୋଟରେ ଗଲା ଝିଅର ଜୀବନ । ପ୍ରେମିକକୁ ଭେଟିବା ପାଇଁ ରାତି ୪ଟାରେ ଘରୁ ବାହାରି ଯାଇଥିଲା ଝିଅ । ଏଥିରେ ବାପା ରାଗିଯାଇ ଝିଅ ଆଉ ତା ପ୍ରେମିକକୁ କୋଦାଳରେ ଆକ୍ରମଣ କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି ଉତ୍ତର ପ୍ରଦେଶର ବଦୌନ ଜିଲ୍ଲାରେ । ଜଣେ ବାପା ତା ଝିଅ ଏବଂ ଝିଅର ପ୍ରେମିକକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛନ୍ତି ।

ପୋଲିସ୍‌ କହିବା ଅନୁଯାୟୀ, ପାରୋଲୀ ଗାଁରେ ୧୯ ବର୍ଷୀୟ ଝିଅ ନୀତୁ ଏବଂ ୨୦ ବର୍ଷୀୟ ପୁଅ ଜୟପାଲ ଓରଫ୍‌ ସଚିନ୍‌ ପରସ୍ପରକୁ ଭଲ ପାଉଥିଲେ। ନୀତୁ ତାର ପ୍ରେମିକକୁ ଭେଟିବାକୁ ରାତି ପ୍ରାୟ ୪ଟାରେ ଘରୁ ବାହାରକୁ ଚାଲିଯାଇଥିଲେ । ନୀତୁର ବାପା ନୀତୁକୁ ବହୁତ୍‌ ଖୋଜା ଖୋଜି କରିବା ପରେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ପାଖ ପଡ଼ୋଶୀ ଜୟପାଲ ଘରେ ଝିଅ ନୀତୁ ଅଛି ସେତେବେଳେ ସେ ଜୟପାଲ ଘରକୁ ଯାଇଥିଲେ। ହେଲେ ନୀତୁର ବାପାକୁ ସେଠାରେ ଦେଖି ଜୟପାଲ ଏବଂ ନୀତୁ ଦୌଡ଼ିବାକୁ ଲାଗିଥିଲେ । ହେଲେ ସେହିକ୍ଷଣି ନୀତୁର ବାପା ମହେଶ ତାଙ୍କ ଉପରେ ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଲସ୍‌ ଥାନାରେ ଆତ୍ମ ସମର୍ପଣ କରିଥିଲେ ମହେଶ।

ତେବେ ଜୟପାଲ୍‌ଙ୍କ ଆତ୍ମୀୟମାନେ ମହେଶ ଏବଂ ତାଙ୍କ ପରିବାର ନାଁରେ ଅଭିଯୋଗ କରିବା ପରେ ‘ଆଇପିସି’ ଧାରା ୩୦୩, ୧୪୭, ୧୪୮, ୧୪୯ ଓ ୩୪ ଅନୁଯାୟୀ ‘ଏଫ୍ଆଇଆର୍‌’ ପଞ୍ଜିକରଣ କରାଯାଇଛି । ଏହି ମାମଲାରେ ପୋଲିସ ନୀତୁଙ୍କ ବାପା, ମାକୁ ଗିରଫ କରିଥିବା ଏସ୍‌ଏସ୍‌ପି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.