Below header

ଭୟାବହ ବିସ୍ଫୋରଣରେ ଥରିଲା ଇରାନ: ୭୦ ମୃତ, ୪୦ରୁ ଅଧିକ ଆହତ

ଭୟାବହ ବିସ୍ଫୋରଣରେ ଥରିଛି ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ଏକ ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଛି।

ନୂଆଦିଲ୍ଲୀ : ଭୟାବହ ବିସ୍ଫୋରଣରେ ଥରିଛି ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ଏକ ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଛି। ଦକ୍ଷିଣ ଇରାନର କେରମାନରେ ଥିବା ସାହେବ ଅଲ ଜମାନ ମସଜିଦ ନିକଟରେ ଥିବା ସୁଲେମାନିଙ୍କ କବର ନିକଟରେ ଲଗାତର ୨ଟି ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ଖବର ପାଇ କେରମାନ ପ୍ରଦେଶର ରେଡ କ୍ରେସେଣ୍ଟ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ଭୟାବହତା ଯୋଗୁଁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଶ୍ମଶାନ ଘାଟ ଆଡ଼େ ନିଆଯାଉଥିବା ବେଳେ ଏକାଧିକ ଗ୍ୟାସ୍ କାନିଷ୍ଟର ହଠାତ୍ ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣ ଗ୍ୟାସ୍ ସିଲିଣ୍ଡର ଦ୍ୱାରା ହୋଇଛି କିମ୍ବା ଆତଙ୍କବାଦୀ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ବୋଲି ସେ କହିଛନ୍ତି। ଜେନେରାଲ ସୁଲେମାନି ବାଗଦାଦ ବିମାନ ବନ୍ଦର ନିକଟରେ ଆମେରିକୀୟ ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.