ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ସାଂସଦଙ୍କ ବୋହୂ, ଶାଶୂ ଘର ଆଗରେ କାଟିଲେ ହାତ

ଲକ୍ଷ୍ମୌ : ବଡ ଘର ବଡ ଗୁମର କଥା। ଉତ୍ତରପ୍ରଦେଶର ବିଜେପି ସାଂସଦ କୌଶଳ କିଶୋରଙ୍କ ପରିବାରରେ ହାଇ ଭୋଲଟେଜ୍ ଡ୍ରାମା । ସାଂସଦଙ୍କ ବୋହୂ ଅଙ୍କିତା ଘର ସାମ୍ନାରେ ହିଁ ହାତ କାଟି ପକାଇଛନ୍ତି । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହି ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ଅଙ୍କିତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଆତ୍ମହତ୍ୟା କରି ଜୀବନ ଶେଷ କରିଦେବେ ବୋଲି କହିଥିଲେ। ନିଜ ସ୍ୱାମୀ ଆୟୁଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଙ୍କିତା । ଯାହାପରେ ପୋଲିସ ମାମଲାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.