ଜନ୍ମଦିନରେ ସୀତା ବେଶରେ ଦର୍ଶକଙ୍କ ହୃଦୟ ଜିତିଲେ ଆଲିୟା, ରିଲିଜ୍‌ ହେଲା ‘RRR’ର ଫାଷ୍ଟ ଲୁକ୍‌

ଆଜି ଆଲିୟାଙ୍କ ୨୮ତମ ଜନ୍ମଦିନ। ଜନ୍ମଦିନରେ ଫିଲ୍ମ ‘RRR’ରେ ତାଙ୍କ ଚରିତ୍ରର ଫାଷ୍ଟ ଲୁକ ରିଲିଜ ହୋଇଛି। ସୋସିଆଲ ମିଡ଼ିଆରେ ଆଜି ତାଙ୍କର ସୀତା ଲୁକ ବେଶ୍‌ ଭାଇରାଲ ହେବାରେ ଲାଗିଛି।। ଖୁବ୍‌ ଦମଦାର ଲୁକରେ ନଜର ଆସୁଛନ୍ତି ଆଲିୟା। ଫଟୋରେ ଆଲିୟା ଶାଢ଼ୀ ପିନ୍ଧି ପୂଜା ଥାଳି ସାମ୍ନାରେ ବସିଥିବା ନଜର ଆସିଛନ୍ତି।


ସେହିପରି ଫଟୋରେ ସେ ଏକ ମନ୍ଦିରରେ ବସିଥିଲା ଭଳି ନଜର ଆସୁଛନ୍ତି। ଏହି ମନ୍ଦିରରେ ଭଗବାନ ରାମଙ୍କ ଏକ ମୂର୍ତ୍ତି ବି ରହିଛି। ସୀତାଙ୍କ ଚରିତ୍ରରେ ଆଲିୟାଙ୍କ ଏହି ଲୁକକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି।

sitaଫିଲ୍ମ ବିଷୟରେ କହିବା ତ ଏହି ଫିଲ୍ମକୁ ବାହୁବଳୀ ଫେମ୍ ଏସ୍.ଏସ୍ ରାଜାମୌଲ୍ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଆଲିୟାଙ୍କ ସହ ଅଜୟ ଦେବଗନ, ରାମ ଚରଣ, ଏନଟିଆର ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.