ରାଜ୍ୟରେ ବାଧ୍ୟତାମୂଳକ ହେବ ହଲମାର୍କ ସୁନା ବିକ୍ରି, ଗାଁରୁ ସହର ସବୁଆଡେ କରାଯିବ ଲାଗୁ

ଭୁବନେଶ୍ୱର (କେନ୍ୟୁଜ) : ଏଣିକି ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ ହେବ । ଏହାକୁ ଆସନ୍ତା ଜୁନ ୧ରୁ ଲାଗୁ କରାଯିବ । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଯାଏ ସବୁ ସୁନା ଦୋକାନ ପାଇଁ ଲାଗୁ ହେବ ଏହି ନିୟମ । ଏହାଦ୍ୱାରା ଗ୍ରାହକ ଆଉ ଠକାମୀର ଶିକାର ହୋଇପାରିବେ ନାହିଁ । ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ସହ ଏନେଇ ସରକାରୀ ବୈଠକ ଅନୁଷ୍ଠିତ ହୋଇଛି । ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.