କ୍ୟାପଟେନ୍‌ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ, ଟି-୨୦ରେ ୩ ହଜାର ରନ୍‌ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍‌ସମ୍ୟାନ୍

କ୍ୟାପଟେନ୍‌ ବିରାଟଙ୍କ ଆଉ ଏକ କୀର୍ତ୍ତମାନ । ୩୦୦୦ ଟି-୨୦ ରନ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି । ରବିବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ କୋହଲି ଏହି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି । ଅହମଦାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ବିରାଟ ୪୯ ବଲରେ ୭୩ ରନର ଧୂଆଁଧାର ପାଳି ଖେଳିଥିଲେ । ଯାହା ଭିତରେ ଥିଲା ୫ଟି ଚୌକା ଓ ୩ଟି ଛକ୍କା ।

ସିରିଜ ପୂର୍ବରୁ ଟି-୨୦ ଇଣ୍ଟରନ୍ୟାସନାଲରେ କୋହଲିଙ୍କ ରନ ଥିଲା ୨୯୨୮ । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ପରେ ଏହା ୩୦୦୦ ରନ୍‌ ପାର୍‌ କରିଛି । ବିରାଟଙ୍କ ତଳକୁ ଟି-୨୦ରେ ୨୮୩୯ ରନ କରି ତାଲିକାର ଦ୍ୱିତୀୟରେ ଅଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର୍‌ ମାର୍ଟିନ ଗୁପଟିଲ୍‌ । ସେହିଭଳି ରୋହିତ ଶର୍ମା ୨୭୭୩ ରନ କରି ତାଲିକାର ତୃତୀୟରେ ଅଛନ୍ତି । ଏହା ଛଡା ଭାରତ-ଇଂଲଣ୍ଡ ମଧ୍ୟରେ ଖାଳାଯାଇଥିବା ଟି-୨୦ ସିରିଜରେ ୪୦୦ ରନ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି କୋହଲି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.