Below header

ମା’ ମୃତଦେହ ସହ ରହିଲେ ଏକ ବର୍ଷ, ପଡ଼ୋଶୀଙ୍କୁ ଲୁଚାଇବା ପାଇଁ ଘରେ ଲଗାଉଥିଲେ ଧୂପ

ବାରଣାସୀରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଦୁଇ ଜଣ ଝିଅ ନିଜ ମା’ର ମୃତ୍ୟୁ ହେବା ପରେ ମଧ୍ୟ ଶବର ଅନ୍ତିମ ସଂସ୍କାର ନକରି ଶବକୁ ଘରେ ଲୁଚାଇ ରଖିଥିଲେ । ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମା’ର ଶବକୁ ଘରେ ସେହିପରି ପକାଇ ରଖିଥିଲେ ।

ମା’ର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ଦୁଇ ଝିଅ । ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଭିନ୍ନ ଥାଏ । ଏପରି ସ୍ଥିତିରେ ନିଜ ମା’ ମୃତ୍ୟୁକୁ କିପରି ବା ସହି ଥାନ୍ତେ ଦୁଇ ଝିଅ । ମା’କୁ ଏତେ ଅଧିକ ଭଲ ପାଉଥିଲେ ଯେ ମା’ ମୃତ ଶରୀରକୁ ବି ସଂସ୍କାର କରିବାକୁ ଚାହିଁଲେନି । ଆଉ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ନିଜ ମା’ କଙ୍କାଳ ସହ ଘରେ ରହୁଥିଲେ । ମା କଙ୍କାଳକୁ ଧରି ଶୋଉଥିଲେ, ସାଙ୍ଗରେ ଖାଉଥିଲେ ଆଉ ଜନ୍ମଦିନକୁ ମଧ୍ୟ ଧୁମଧାମରେ ପାଳନ କରୁଥିଲେ ।

ବାରଣାସୀରୁ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଦୁଇ ଜଣ ଝିଅ ନିଜ ମା’ର ମୃତ୍ୟୁ ହେବା ପରେ ମଧ୍ୟ ଶବର ଅନ୍ତିମ ସଂସ୍କାର ନକରି ଶବକୁ ଘରେ ଲୁଚାଇ ରଖିଥିଲେ । ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କ ମା’ର ଶବକୁ ଘରେ ସେହିପରି ପକାଇ ରଖିଥିଲେ । ଏତେ ଦିନ ଶବ ଘରେ ରହିବା ଫଳରେ ଶବ କଙ୍କାଳ ହୋଇ ଯାଇଥିଲା । କିନ୍ତୁ ଝିଅମାନେ ଶବର ଅନ୍ତିମ ସଂସ୍କାର କରିନଥିଲେ । ଏହି ସମୟ ମଧ୍ୟରେ ସେମାନେ ଘରେ ଜନ୍ମଦିନ ପାଳନ କରିବା ସହ ଅନ୍ୟାନ୍ୟ ପର୍ବକୁ ମଧ୍ୟ ପାଳନ କରୁଥିଲେ । ତେଣୁ ପାଖ ପଡ଼ୋଶୀଙ୍କୁ ମଧ୍ୟ ମହିଳାଙ୍କ ମୃତ୍ୟୁ ବିଷୟରେ କୌଣସି ସନ୍ଦେହ ନଥିଲା ।

ଦୁଇ ଝିଅ ପ୍ରଧାନ ମନ୍ତ୍ରୀ ଅନ୍ନ ଯୋଜନା ଏବଂ ମା’ର ସୁନାଗହଣା ବିକ୍ରି କରି ଯେଉଁ ଟଙ୍କା ପାଉଥିଲେ ସେଥିରେ ଘର ଖର୍ଚ୍ଚ କରୁଥିଲେ । ସୁନା ଗହଣା ବିକ୍ରି କରି ଯାହା ଟଙ୍କା ପାଇଥିଲେ ସେ ସବୁ ସରିବା ପରେ ୨୭ ବର୍ଷ ବୟସ୍କା ପଲ୍ଲଭି ଏବଂ ୧୯ ବର୍ଷ ବୟସ୍କା ବୈଷ୍ଣବୀ ଗତ ତିନି-ଚାରି ଦିନ ଧରି ପଡ଼ୋଶୀଙ୍କ ଘରୁ ଖାଦ୍ୟ ମାଗି ଖାଉଥିଲେ। ଏନେଇ ପଡ଼ୋଶୀଙ୍କୁ ସନ୍ଦେହ ହେଲା ଏବଂ ସେମାନେ ଝିଅମାନଙ୍କ ସମ୍ପର୍କୀୟକୁ ଖବର ଦେଇଥିଲେ ।

ଖବର ପାଇ ସମ୍ପର୍କୀୟମାନେ ଘରେ ପହଞ୍ଚିଥିଲେ । ଆଉ ଘର ଖୋଲିବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ ତାପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଦୁଇ ଜଣ ଝିଅ ମା’ର କଙ୍କାଳ ସହ ରହୁଥିବା ଦେଖିବାକୁ ପାଇଥିଲେ ସମ୍ପର୍କୀୟ । ଏସବୁ ଦେଖିବା ପରେ ସମ୍ପର୍କୀୟମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ପୋଲିସ ମୃତ ମହିଳାଙ୍କ ଝିଅମାନଙ୍କୁ ଘଟଣା ସମ୍ପର୍କରେ ପଚରା ଉଚୁରା ଜାରି ରଖିଛି ।

ଶୂନଶାନ ସ୍ଥାନରେ ଥିବା ଏହି ଘରୁ ୫୨ ବର୍ଷିୟ ଉଷା ତ୍ରିପାଠୀଙ୍କ ଶବ ଜବତ କରାଯାଇଛି । ଏହି ଶବ ଗତ ଏକ ବର୍ଷ ଧରିି ଘରେ ପଡ଼ି ରହିଥିଲା । ମହିଳାଙ୍କ ଶବ ସମ୍ପୂର୍ଣ୍ଣ ଭାବେ କଙ୍କାଳ ହୋଇ ଯାଇଥିଲା । ଶବକୁ ଚାଦର ଏବଂ କମ୍ବଳରେ ଘୋଡ଼ାଇ ଝିଅମାନେ ଘରେ ଲୁଚାଇ ରଖିଥିଲେ । ତେବେ ପୋଲିସ ଝିଅମାନଙ୍କୁ ପଚରା ଉଚୁରା କରିବା ପରେ ଝିଅମାନେ ମା’ ମୃତ୍ୟୁ ସମ୍ପର୍କରେ କହିଥିଲେ । ଉଷା ତ୍ରିପାଠୀଙ୍କ ମୃତ୍ୟୁ ୨୦୨୨ ମସିହା ୮ ଡିସେମ୍ବରରେ ହୋଇଥିଲା । ତାଙ୍କ ବାପା ଅନେକ ବର୍ଷ ପୂର୍ବରୁ ଘର ଛାଡ଼ି ପଳାଇଥିଲେ ।

ଶବରୁ ଆସୁଥିବା ଦୁର୍ଗନ୍ଧକୁ ଲୁଚାଇବା ପାଇଁ ଘରେ ଧୂପ ଏବଂ ଅନ୍ୟାନ୍ୟ ଅତର ବ୍ୟବହାର କରୁଥିଲେ ଦୁଇ ଝିଅ । ତେବେ ଘର ଏକ ନିର୍ଜନ ସ୍ଥାନରେ ଥିବାରୁ ଗନ୍ଧ ବିଷୟରେ ବି ଲୋକମାନଙ୍କୁ ଜଣା ପଡ଼ି ନଥିଲା । ଝିଅମାନଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବାରୁ ସେମାନେ ଏପରି କରିଥିବା କୁହାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.