ପୁଣି ଲଜ୍ଜା! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଅଟକ
ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଅଟକ । ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜା । ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଥାନାରେ ମାମଲା ରୁଜୁ ପରେ ପୋଲିସର ତନାଘନା ତଦନ୍ତ । ଏହି ମାମଲାରେ ଇଂରାଜୀ ଶିକ୍ଷକ ଅରୁଣ ଯୋଶୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ସମ୍ବଲପୁର(କେନ୍ୟୁଜ): ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଅଟକ । ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜା । ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଥାନାରେ ମାମଲା ରୁଜୁ ପରେ ପୋଲିସର ତନାଘନା ତଦନ୍ତ । ଏହି ମାମଲାରେ ଇଂରାଜୀ ଶିକ୍ଷକ ଅରୁଣ ଯୋଶୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
ଅଭିଯୋଗ ଅନୁଯାୟୀ, ଗତ ଦୁଇ ଦିନ ତଳେ ଜଣେ ଛାତ୍ରୀ ତାଙ୍କର କିଛି ସାଙ୍ଗଙ୍କ ସହ କ୍ଲାସ ରୁମ ଭିତରେ ଥିଲେ ସେହି ସମୟରେ ଇଂରାଜୀ ଶିକ୍ଷକ କ୍ଲାସ ଭିତରକୁ ଆସି ପୀଡିତା ଛାତ୍ରୀଙ୍କ ସାଙ୍ଗମାନଙ୍କୁ ବାହାରକୁ ଯିବା ପାଇଁ କହିଥିଲେ। ଏହି ସମୟରେ ଛାତ୍ରୀଙ୍କୁ ରୁମ ଭିତରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀ ଜଣକ। ଆଜି ଅଭିଭାବକ ସଂଘ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇ ଥିଲେ । ସେପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।