ବିମାନ ବିଳମ୍ବ ହେବାରୁ ରାଗିଗଲେ କପିଲ ଶର୍ମା, ‘ଇଣ୍ଡିଗୋରେ କେବେ ବି ଟ୍ରାଭେଲ କରିବି ନାହିଁ’
ଇଣ୍ଡିଗୋ ଏୟାରଲାଇନ୍ସ ସିର୍ଭିସରେ ରାଗିଗଲେ କପିଲ ଶର୍ମା । ପାଇଲଟଙ୍କ ବିଳମ୍ବ ଯୋଗୁଁ ପ୍ରାୟ ଦେଢଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବିମାର ସମସ୍ତ ଯାତ୍ରୀ । ଏହାପରେ ଟ୍ଵିଟ କରି କେବେ ବି ଇଣ୍ଡିଗୋରେ ଟ୍ରାଭେଲ କରିବେ ନାହିଁ ବୋଲି କପିଲ କହିଛନ୍ତି ।

ଲୋକପ୍ରିୟ କମେଡିଆନ୍ କପିଲ ଶର୍ମା ଏବେ ଟ୍ଵିଟକୁ ନେଇ ଚର୍ଚ୍ଚାରେ । ଇଣ୍ଡିଗୋ ବିମାନର ସର୍ଭିସକୁ ନେଇ କପିଲ ଶର୍ମା ଟ୍ଵିଟ୍ କରିଛନ୍ତି । ଇଣ୍ଡିଗୋ ବିମାନର ପାଇଲଟଙ୍କୁ ଘଣ୍ଟେ ଯାଏ ଅପେକ୍ଷା କରିବା ଯୋଗୁଁ ରାଗିବା ସହିତ ଭିଡିଓ ସେୟାର କରିଛନ୍ତି ।
ସୋସିଆଲ ମିଡିଆରେ କପିଲଙ୍କ ଏହି ଟ୍ଵିଟ୍ ଏବେ ଭାଇରଲ ହେବାରେ ଲାଗିଛି । ସେ ଲେଖିଛନ୍ତି, ‘ଆପଣ ପ୍ରଥମେ ୫୦ ମିନିଟ ପର୍ଯ୍ୟନ୍ତ ବସରେ ଅପେକ୍ଷା କରାଇଲେ, ଏହାପରେ ଆପଣଙ୍କ ପାଇଲଟ ଟ୍ରାଫିକରେ ଫସିଯାଇଥିଲେ ବୋଲି ଜଣାଇଲେ… ସତରେ… । ଆମେ ୮ଟାରେ ଟେକଅଫ କରିବାର ଥିଲା କିନ୍ତୁ ଏବେ ୯.୨୦ ହୋଇଗଲାଣି… । ବିମାନ କକ୍ପିଟରେ ଜଣେ ମଧ୍ୟ ପାଇଲଟ ନାହାନ୍ତି । ତେବେ ବିମାନରେ ଯାତ୍ରା କରିବାକୁ ଥିବା ୧୮୦ ଯାତ୍ରୀ କ’ଣ ଆଉ ବିମାନରେ ଯାତ୍ରା କରିବେ ?
Now they r de boarding all the passengers n saying we will send you in another aircraft but again we have to go back to terminal for security check 👏👏👏👏👏 #indigo👎 pic.twitter.com/NdqbG0xByt
— Kapil Sharma (@KapilSharmaK9) November 29, 2023
କପିଲଙ୍କ ଏହି ଟ୍ଵିଟରେ ଲୋକ ସପୋର୍ଟ କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି । କପିଲ ଏହି ଯାତ୍ରା ସମୟରେ ବିରକ୍ତି ହୋଇଥିବା ଟ୍ଵିଟରୁ ସ୍ପଷ୍ଟ ଭାବେ ଜଣାପଡୁଛି । କିଛି ଲୋକ ସପୋର୍ଟ କରୁଥିବା ବେଳେ କିଛି ମଜାଳିଆ କମେଣ୍ଟ ଦେଉଛନ୍ତି ।