ପ୍ରଥମ ମହିଳା ଏଡିସି ହେଲେ ଓଡ଼ିଆ ଝିଅ ମନୀଷା

ଓଡ଼ିଆ ଝିଅ ମନୀଷା ପାଢ଼ୀ ଭାରତର ପ୍ରଥମ ମହିଳା ଏଡିସି ରୂପରେ ନିଯୁକ୍ତ ହୋଇଛନ୍ତି । ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଧିକାରୀ ମନୀଷା ପାଢିଙ୍କୁ ଭାରତର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ କରିଛନ୍ତି ।

ସ୍କ୍ଵାଡ୍ରନ ଲିଡର ମନୀଷା ପାଢ଼ୀ, ଓଡିଶାର ଜଣେ ମହିଳା ବାୟୁସେନା ଅଧିକାରୀ, ଭାରତୀୟ ସଶସ୍ତ୍ର ବାହିନୀରେ ଭାରତର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ ହୋଇଛନ୍ତି । ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଧିକାରୀ ମନୀଷା ପାଢିଙ୍କୁ ଭାରତର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ କରିଛନ୍ତି ।

‘X’ ହ୍ୟାଣ୍ଡେଲରେ ଏକ ପ୍ରମୁଖ ପଦବୀରେ ଓଡ଼ିଶାର ଝିଅ ମନୀଷା ପାଢ଼ୀ ବାୟୁସେନା ଅଧିକାରୀ ଭାବରେ ନିଯୁକ୍ତ ହେବାର ଏକ ଭିଡିଓ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ସେୟାର କରିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତି, ସ୍କ୍ଵାଡ୍ରନ ଲିଡର ମନୀଷା ପାଢ଼ୀ, ମିଜୋରାମ ରାଜ୍ୟପାଳଙ୍କ ଏଡ୍-ଡି-କ୍ୟାମ୍ପ (ଏଡିସି) ଭାବରେ ନିଯୁକ୍ତ ହୋଇଥିବାରୁ ହାର୍ଦିକ ଅଭିନନ୍ଦନ ।

ସ୍କ୍ଵାଡ୍ରନ ଲିଡର ମନୀଷା ପାଢ଼ୀ ଭାରତର ପ୍ରଥମ ମହିଳା ଏଡିସି ରୂପରେ ନିଯୁକ୍ତ ହୋଇଛନ୍ତି । ଏହା ସହ ରାଜ୍ୟପାଳ ଲେଖିଛନ୍ତି ଯେ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ବର୍ଷ ବର୍ଷ ଧରି ଅର୍ଜନ କରିଥିବା ଅଭିଜ୍ଞତା ସହିତ ସେ ଏହି କ୍ଷେତ୍ରରେ ଉନ୍ନତ ହେବେ ବୋଲି ମୁଁ ଚାହୁଁଛି । ତେବେ ତାଙ୍କ ନିଯୁକ୍ତି କେବଳ ଏକ ମାଇଲଷ୍ଟୋନ ନୁହେଁ, ବରଂ ମହିଳାମାନଙ୍କର ଲିଙ୍ଗଗତ ମାନଦଣ୍ଡକୁ ଭାଙ୍ଗିବା ଏବଂ ନାରୀମାନଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରୁଥିବା ଶକ୍ତିର ଏକ ପ୍ରମାଣ । ତେବେ ମନୀଷାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ସହିତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ସମର୍ଥନ କରିବା ଜାରି ରଖିବା ପାଇଁ ସେ ପ୍ରତିକ୍ରିୟା ରଖିଛନ୍ତି ।

ମନୀଷା ପାଢୀ ତାଙ୍କ ପଦର ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରି ବୁଧବାର ଦିନ ରାଜ୍ୟପାଳଙ୍କୁ ରିପୋର୍ଟ କରିଥିଲେ । ଯେଉଁଠାରେ ତାଙ୍କୁ ରାଜ ଭବନ, ମିଜୋରାମର ଅଧିକାରୀ ଏବଂ କର୍ମଚାରୀଙ୍କ ସହ ପରିଚିତ କରାଯାଇଥିଲା । ଏହାପୂର୍ବରୁ ମନୀଷା ପାଢୀଙ୍କୁ ତିନିଟି ପୋଷ୍ଟିଂରେ ପୋଷ୍ଟ କରାଯାଇଥିଲା – ବାୟୁସେନା ଷ୍ଟେସନ ବିଦର, ବାୟୁସେନା ଷ୍ଟେସନ ପୁଣେ ଏବଂ ଶେଷରେ ବାୟୁସେନା ଷ୍ଟେସନ ଭଟିଣ୍ଡା ।

ମନୀଷା ପାଢ଼ୀ ଓଡିଶାର ବ୍ରହ୍ମପୁରର ଝିଅ । ପ୍ରଥମେ ଭାରତୀୟ ମହିଳା ଏଡିସି ରୂପରେ ନିଯୁକ୍ତି ପାଇ ସେ ଓଡିଶା ଏବଂ ଭାରତକୁ ଖୁବ ଗୌରାବାନ୍ୱିତ କରାଇଛନ୍ତି । ଏହା ପରେ ସେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି । ସମଗ୍ର ଓଡିଶାବାସୀ ତାଙ୍କ ପାଇଁ ଖୁବ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.