Below header

୬ ମାସ ପରେ ଘରକୁ ଫେରିଲେ ପାକିସ୍ତାନୀ ପ୍ରେମିକ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ

୬ ମାସ ପରେ ଭାରତ ଫେରିଲେ ଅଞ୍ଜୁ । ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ ଘରକୁ ଫେରିଛନ୍ତି । ଅଟାରୀ-ୱାଘା ବର୍ଡର ଦେଇ ଭାରତରେ ପ୍ରବେଶ କରିଛନ୍ତି । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନୂଆଦିଲ୍ଲୀ: ୬ ମାସ ପରେ ଭାରତ ଫେରିଲେ ଅଞ୍ଜୁ । ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ ଘରକୁ ଫେରିଛନ୍ତି । ଅଟାରୀ-ୱାଘା ବର୍ଡର ଦେଇ ଭାରତରେ ପ୍ରବେଶ କରିଛନ୍ତି । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାରତ ଫେରିଥିବା ଅଞ୍ଜୁଙ୍କର ପ୍ରଥମ ଫଟୋ ବିଏସ୍ଏଫ୍ କ୍ୟାମ୍ପରୁ ସାମ୍ନାକୁ ଆସିଛି। ଅଞ୍ଜୁ ଏହି ଫଟୋରେ କଳା ପୋଷାକ ପରିଧାନ କରିଛନ୍ତି । ଅଞ୍ଜୁଙ୍କୁ ଦିଲ୍ଲୀରେ ମଧ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଜେରା କରିପାରନ୍ତି ବୋଲି କୁହାଯାଉଛି ।

ଅଞ୍ଜୁଙ୍କ ବିରୋଧରେ ତାଙ୍କ ସ୍ୱାମୀ ଥାନାରେ ମାମଲା ରୁଜୁ କରିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଆଇନଗତ ପ୍ରକ୍ରିୟାକୁ ସାମ୍ନା କରିବାକୁ ପଡ଼ିବ। ଅଞ୍ଜୁ ପାକିସ୍ତାନ ଯାଇ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିବା ସହିତ ନିଜ ନାମକୁ ବଦଳାଇ ଫାତିବା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.