ସାବଧାନ ! ଆପଣଙ୍କ ମସ୍ତିଷ୍କକୁ ଖାଇପାରେ ବନ୍ଧାକୋବି ପୋକ, ଦେଖାଦେବ ମାନସିକ ସମସ୍ୟା

ବନ୍ଧାକୋବି ଖାଇବା ପାଇଁ ଅନେକ ଲୋକ ବହୁତ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଏହି କୋବି ଖାଇବା ପାଇଁ ପସନ୍ଦ କରୁଛନ୍ତି, ତାହେଲେ ଏଥିପାଇଁ ସାବଧାନ ହୋଇଯାଆନ୍ତୁ । କାରଣ ଏଥିରେ ରହିଥିବା ପୋକ ଆପଣଙ୍କ ମସ୍ତିଷ୍କକୁ ଗୁରୁତ୍ୱର କ୍ଷତି କରିପାରେ ।

ଆପଣମାନେ ତ ଜାଣିଥିବେ ଯେ ଶୀତ ଦିନ ଆସିବା ମାତ୍ରେ ସବୁ ପ୍ରକାରର ପନିପରିବା ମିଳିଥାଏ । ଶୀତ ଦିନରେ ବିଶେଷ ଭାବେ ଫୁଲକୋବି, ବନ୍ଧାକୋବି, ଓଲ୍‌କୋବି ପରି ଅନେକ ଜିନିଷ ମିଳିଥିାଏ । ତେବେ ବନ୍ଧାକୋବି ଖାଇବା ପାଇଁ ଅନେକ ଲୋକ ବହୁତ ପସନ୍ଦ କରନ୍ତି । ଯଦି ଆପଣ ମଧ୍ୟ ଏହି କୋବି ଖାଇବା ପାଇଁ ପସନ୍ଦ କରୁଛନ୍ତି, ତାହେଲେ ଏଥିପାଇଁ ସାବଧାନ ହୋଇଯାଆନ୍ତୁ । କାରଣ ଏଥିରେ ରହିଥିବା ପୋକ ଆପଣଙ୍କ ମସ୍ତିଷ୍କକୁ ଗୁରୁତ୍ୱର କ୍ଷତି କରିପାରେ । କିନ୍ତୁ କୋବି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଅନେକ ପ୍ରକାରର ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ । ହେଲେ ଏହାର ବିଭିନ୍ନ ପ୍ରକାରର ସାଇଡିଫେକ୍ଟମଧ୍ୟ ରହିଛି । ହେଲଥ୍‌ ଏକ୍ସପର୍ଟସଙ୍କ କହିବା ଅନୁସାରେ, ବନ୍ଧାକୋବିରେ ମିଳୁଥିବା ଛୋଟ ପୋକ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ଆପଣ ମଧ୍ୟ ବାତ ଭଳି ରୋଗର ସାମ୍ନା କରିପାରିନ୍ତି । ସେଥିପାଇଁ ଯଦି ଆପଣ ବନ୍ଧାକୋବି ଖାଉଛନ୍ତି, ତାହେଲେ ସାବଧାନ ହୋଇଯାଆନ୍ତୁ ।

ବନ୍ଧାକୋବି ଖାଇବା ପୁର୍ବରୁ ରୁହନ୍ତୁ ସାବଧାନ :
ସୂଚନା ମୁତାବକ, ବନ୍ଧାକୋବି ଖାଇବା ପୂର୍ବରୁ ଆପଣମାନେ ସାବଧାନ ରହିବା ଉଚିତ । କାରଣ ଏଥିରେ ପୋକ ମଧ୍ୟ ରହିପାରେ, ଯାହା ଶରୀରରେ ପ୍ରବେଶ କରି ବାତ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ । ଅନେକ ରିସର୍ଚ୍ଚରମାନେ ରିସର୍ଚ୍ଚ ଜରିଆରେ କହିଛନ୍ତି, ଯେ ଏହି ପୋକ ଧିରେ ଧିରେ ଶରୀର ମଧ୍ୟରେ ପସିଯାଆନ୍ତି ଏବଂ ଏହି ଭଳି ଭାବେ ପୋକର ଅଣ୍ଡା ଶରୀରରେ ପହଞ୍ଚିଯାଏ । ସେହି ଭଳି ଏହି କୋବି ପୋକ ମସ୍ତିଷ୍କକୁ ଯାଇ ଆମ ଶରୀରରେ ବାତ ପରି ସମସ୍ୟା ଦେଖାଦେଇଥାଏ ।

ବନ୍ଧାକୋବିରେ ପୋକ କେଉଁଠୁ ଆସିଥାନ୍ତି :
ପ୍ଲାନେଟନେଚର ଏକ ରିପୋର୍ଟ ଅନୁଯାୟୀ, ବନ୍ଧାକୋବି ପୋକ ‘ପିୟରିସ ର‍୍ୟାପେ’ ପ୍ରଜାପତି ଜରିଆରେ କୋବିରେ ଭିତରେ ପ୍ରବେଶ କରିଥାଏ । ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଧଳା ପ୍ରଜାପତି ଏହି ପତ୍ର ତଳେ ଅଣ୍ଡା ଦେଇଥିନ୍ତି । ଏଥିଯୋଗୁ ସେହି କୋବି ଭିତରେ ପୋକ ହେବାର ବିପଦ ରହିଥାଏ । ବନ୍ଧାକୋବିରେ ବିଭିନ୍ନ ପ୍ରକାରର ପୋକ ହୋଇଥାନ୍ତି । ପିୟରିସ ର‍୍ୟାପେ, କୋବି ଲୁପର୍ ଏବଂ ହୀରାଖଣ୍ଡ ପୋକ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ ସାଧାରଣ ପୋକ ହୋଇଥାନ୍ତି ।

କ’ଣ ବନ୍ଧାକୋବି ରାନ୍ଧିବା ପରେ ମଧ୍ୟ ସେଥିରେ ପୋକ ବଞ୍ଚିଥାନ୍ତି ?
ଏକ୍ସପର୍ଟସଙ୍କ କହିବା ଅନୁଯାୟୀ, ବନ୍ଧାକୋବି ରାନ୍ଧିବା ପରେ ମଧ୍ୟ ସେଥିରୁ ପୋକ ମରିନଥାନ୍ତି । ସେଥିପାଇଁ ଏହାକୁ ମାରିବାକୁ ବନ୍ଧାକୋବିକୁ ଲୁଣ ଓ ଉଷୁମ ପାଣିରେ ପକାଇବେ । ଏହାପରେ ତାକୁ ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡିଦେବେ । ଉଷୁମ ପାଣିରେ ଧୋଇବା ପରେ ଏହାକୁ ଆହୁରି ପ୍ରାୟ ଦୁଇ ଥର ଭଲ ଭାବେ ଧୋଇଦେବେ । ଏପରି କରିବା ଦ୍ୱାରା ବନ୍ଧାକୋବିରୁ ପୋକ ମରିଯାଇ ପାରନ୍ତି ।

ଜାଣନ୍ତୁ ବନ୍ଧାକୋବି ଖାଇବା ଉଚିତ ନା ଅନୁଚିତ :
ଏକ୍ସପର୍ଟସଙ୍କ ମତ ଅନୁଯାୟୀ, ବନ୍ଧାକୋବି ଖାଇବା ବନ୍ଧ କରିବା ଉଚିତ ନୁହେଁ, ଏହାକୁ ଖାଇବା ପୂର୍ବରୁ କୋବିକୁ ଭଲ ଭାବେ ସଫା କରିବା ଜରୁରୀ । ତେବେ ବନ୍ଧାକୋବି ବ୍ୟତୀତ ମାଟିରେ ଚାଷ ହେଉଥିବା ସମସ୍ତ ପନିପରିବକୁ ଭଲ ଭାବେ ସଫ କରିବା ପରେ ହିଁ ଖାଇବା ଉଚିତ । କାରଣ ଏହି ସବୁ ପନିପରିବା ବହୁତ ଦିନ ପର୍ଯ୍ୟନ୍ତ ମାଟିରେ ଲଗି ରହିବା ଯୋଗୁ ଏଥିରେ ବିଭିନ୍ନ ପ୍ରକାରର ପୋକ ହୋଇପାରେ । ଯାହା ଆପଣଙ୍କ ଶରୀରରେ ଅନେକ ରୋଗର କାରଣ ହୋଇପାରେ । ଏଥିପାଇଁ ଏହା ପ୍ରତି ଆମକୁ ଅଧିକ ସାବଧାନ ରହିବା ଅତ୍ୟନ୍ତ ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.