ଇଟାଲୀରେ କରୋନା ବିଭୀଷିକା, ଗୋଟିଏ ଦିନରେ ୬୨୭ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । ଇଟାଲୀରେ ଗତକାଲି ଗୋଟିଏ ଦିନରେ ରେକର୍ଡ ୬୨୭ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୫ ହଜାର ୯୮୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏବେ ଇଟାଲୀରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭ ହଜାର ୨୧ରେ ପହଞ୍ଚିଛି ।

corona deathକରୋନା ମୃତ୍ୟୁରେ ଚୀନ୍‌କୁ ଟପିଛି ଇଟାଲୀ । ଚୀନ୍‌ରେ ୩ ହଜାର ୨୫୫ ଜଣଙ୍କ ଜୀବନ ଯାଇଛି । ମାତ୍ର ୪୧ଟି ମାମଲା ସାମ୍ନାକୁ ଆସିଛି । ସାରା ବିଶ୍ୱରେ କରୋନା ଭାଇରସ୍‌ ଯୋଗୁ ୧୧ ହଜାର ୩୯୭ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ୨ ଲକ୍ଷ ୭୫ ହଜାର ୭୯୪ ଜଣ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୯୧ ହଜାର ୯୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.