Below header

ସ୍ୱାମୀଙ୍କୁ ବଞ୍ଚାଇବାକୁ ପୂରା ଚେଷ୍ଟା କଲେ ସ୍ତ୍ରୀ, ହେଲେ ମୁହଁରେ ନିଶ୍ୱାସ ଦେଇ ବି ବଞ୍ଚାଇ ପାରିଲେନି

ଆଗ୍ରା : ଏଇ ଦ୍ୱିତୀୟ ଲହରୀରେ କରୋନା ଏଭଳି ସ୍ଥିତି ସୃଷ୍ଟି କରିଛି, ଘଟଣା ଶୁଣିଲେ ଦେହ ଶୀତେଇ ଉଠିବ । ହସପିଟାଲ ଏବଂ ଅକ୍ସିଜେନ ପାଇଁ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ ତାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ତୁରନ୍ତ ଅକ୍ସିଜେନ୍‌ ଦରକାର ହେଉଥିଲା । ପତ୍ନୀ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଶେଷରେ ତାଙ୍କ ମୁହଁରେ ନିଜେ ମୁହଁ ଲଗାଇ ନିଶ୍ୱାସ ଦେବାକୁ ଚେଷ୍ଟା କଲେ । ହେଲେ ବଞ୍ଚୋଇ ପାରିଲେନି ସ୍ୱାମୀଙ୍କୁ ।
ଘଟଣାଟି ଗତ ଶୁକ୍ରବାର ଦିନ ଘଟିଛି । ୪୭ ବର୍ଷ ବୟସ୍କ ରବି ସିଂଘଲ ଘରୋନାରେ ସଂକ୍ରମିତ ଥିଲେ । ପତ୍ନୀ ରେଣୁ ସିଂଘଲ ତାଙ୍କୁ ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜରେ ଭର୍ତ୍ତି କରିବାକୁ ନେଇଥିଲେ । ହେଲେ ସେଠି ଜାଗା ମିଳିଲା ନାହିଁ ।

ସେଠାରୁ ନିରାଶ ହୋଇ ଆହୁରି ଚାରି ପାଞ୍ଚଟି ଡାକ୍ତରଖାନା ବୁଲିବା ପରେ ବି ରବିଙ୍କୁ କେଉଁଠି ହେଲେ ବେଡ୍‌ ମିଳିଲା ନାହିଁ । ଏହା ଭିତରେ ତାଙ୍କୁ ନିଶ୍ୱାସ ନେବାରେ ଭୀଷଣ କଷ୍ଟ ହେଉଥିଲା । ଏପଟୋ ତାଙ୍କୁ ଆମ୍ବୁଲାନ୍ସ ବି ମିଳିଲା ନାହିଁ ।ତେଣୁ ସ୍ତ୍ରୀ ରେଣୁ ବାଧ୍ୟ ହୋଇ ତାଙ୍କୁ ଏକ ଅଟୋରିକ୍ସାରେ ଧରି ଏକ ସରକାରୀ ହସପିଟାଲକୁ ଯାଉଥିଲେ ।

ହେଲେ ତାଙ୍କ ଅବସ୍ଥା ଦେଖି ନିଜ ମୁହଁରେ ତାଙ୍କୁ ଶ୍ୱାସ ପ୍ରଶ୍ୱାସ ଚଳାଇବାକୁ ଚେଷ୍ଟା କରିଥିଲେ । ତେବେ ହାରିଗଲେ । ଡାକ୍ତରଖାନାରେ ପହଞ୍ଚିଲା ପରେ ଡାକ୍ତର ରବିଙ୍କୁ ମୃତ ଘୋଷଣା କରିଦେଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.