ବରଗଡ଼: ଆମ୍ବୁଲାନ୍ସ ଆସିଲାନି କି ପିପିଇ କିଟ୍ ମିଳିଳାନି, ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ହସ୍ପିଟାଲ ଆସିଲେ କରୋନା ଆକ୍ରାନ୍ତ

ବରଗଡ଼(କେନ୍ୟୁଜ୍):  ରେନକୋର୍ଟ ପିନ୍ଧି ହସ୍‌ପିଟାଲ ଆସିଲେ କରୋନା ଆକ୍ରାନ୍ତ । ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ମୋଟର ସାଇକେଲ ଯୋଗେ ହସପିଟାଲ ଆସିଛନ୍ତି କରୋନା ରୋଗୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡ ଇଚ୍ଛାପାଲି ଗାଁରେ ।

ଗାଁର ହରିଶ୍ଚନ୍ଦ୍ର ଦୁଷ୍ମନ୍ତ ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ଥିଲେ । କିନ୍ତୁ ହଠାତ୍‌ ଅସୁସ୍ଥତା ଅନୁଭବ କରିବା ପରେ ଆମ୍ବୁଲାନ୍ସକୁ ଫୋନ କରଯାଇଥିଲା । ତେବେ ଫୋନ୍‌ କରିବାର ଦୀର୍ଘ ୩ଘଣ୍ଟା ପରେ ବି ଆମ୍ବୁଲାନ୍ସ ଆସି ନଥିଲା । ଶେଷରେ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ବାଇକ ଯୋଗେ ହସପିଟାଲରେ ଚିକିତ୍ସିତ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚରେ ଚର୍ଚ୍ଚାର ବିଷୟ ପାଲଟିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.