Below header

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କୋଭିଡ୍‌ କଟକଣା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। ବାଲେଶ୍ୱର ଜିଲ୍ଲାରେ ଥିବା ଲକ୍ଷ୍ମଣନାଥ ଓ ଉଦୟପୁର ଚେକ୍‌ ଗେଟ୍‌ରେ କଡା ନଜର ରଖାଯାଇଛି। ଏହାସହ ମୟୂରଭଞ୍ଜର ଜାମୁଶୋଳା ଓ ଶୁଳିଆପଦା ଗେଟ୍‌ରେ ଚେକିଂକୁ କଡାକଡି କରାଯାଇଛି। ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖାଯାଇଛି। କୋଭିଡ୍‌ ମୁକାବିଲା ପାଇx ବାଲେଶ୍ୱରରେ ୭ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ମୟୁରଭଞ୍ଜରେ ୪ପ୍ଲାଟୁନ୍‌ ଫୋର୍ସ ନିୟୋଜିତ କରାଯାଇଛି।

ବାଲେଶ୍ୱର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢିଚାଲିଥିବାବେଳେ ସଦର ମହକୁମା କାର୍ଯ୍ୟାଳୟରେ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ଼ ସ୍ଥିତି, ନାଇଟ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍‌ ସ୍ଥିତି ନେଇ ଆଲୋଚନା କରିଛନ୍ତି। କୋଭିଡ୍‌ ମୁକାବିଲା ନେଇ ପୋଲିସ ଭଲ କାମ କରୁଛି। ଲୋକମାନେ କଟକଣାକୁ ଠିକ୍‌ ଭାବେ ପାଳନ କରୁଥିବା ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜି। ଡିଜିପିଙ୍କ ସହ ଏଡିଜି ଆଇନଶୃଙ୍ଖଳା ଯଶୱ୍ଵନ୍ତ ଜେଠୱା, ପୂର୍ବାଞ୍ଚଳ ଜୋନ୍‌ ଆଇଜ୍‌, ବାଲେଶ୍ୱର ଏସ୍‌ପି ଓ ମୟୁରଭଞ୍ଜ ଏସ୍‌ପି ପ୍ରମୁଖ ଉପସ୍ଥିତ ଥିଲେ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.