ଝାରସୁଗୁଡାରୁ ପୁଣି ଆସିଲା ଭୋକର ଭୟଙ୍କର ଦୃଶ୍ୟ,ପେଟ ବିକଳରେ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବ୍ୟକ୍ତି

ଝାରସୁଗୁଡା(କେନ୍ୟୁଜ୍): ଭୋକର ଭୟଙ୍କର ଦୃଶ୍ୟ । ପେଟ ବିକଳରେ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବ୍ୟକ୍ତି । ଝାରସୁଗୁଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଦେଖନ୍ତୁ କିଭଳି ଡଷ୍ଟବିନ୍‌ରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ବ୍ୟକ୍ତି ଜଣକ । ତେବେ ବ୍ୟକ୍ତି ଜଣକ କିଏ ତାହା ଏଯାଏ ଜଣା ପଡିନାହିଁ ।

ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ସେପଟେ ଏନେଇ କିଛି ଜାଣିନଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ହେଲେ ଖୁବ୍‌ ଶୀଘ୍ର ତଦନ୍ତ କରି ବିହିତ ପଦକ୍ଷେପ ନେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.