ମୋହନା : ହୁତ୍‌ ହୁତ୍‌ ହୋଇ ଜଳିଗଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ମୋହନା (କେନ୍ୟୁଜ୍‌) : ସର୍ଟ ସର୍କିଟ୍‌ରୁ ଜଳିଗଲା ଟ୍ରାନ୍ସଫର୍ମର । ଗଜପତି ଜ଼ିଲ୍ଲା ମୋହନା ସହରର ମୁଖ୍ୟ ରାସ୍ତାରେ ଘଟିଛି ଏହି ଅଘଟଣ । ଥାନା ସମ୍ମୁଖ ରେ ଥିବା ଏହି ଟ୍ରାନ୍ସଫର୍ମରଟି ନିକଟରେ ଏକ ପେଟ୍ରୋଲ ପମ୍ପ ମଧ ରହିଛି । ତେବେ ସୌଭାଗ୍ୟକୁ କୌଣସି ବଡ଼ ଅଘଟଣ ଘଟି ନାହିଁ । ତା ପୂର୍ବରୁ ତାକୁ ଅଗ୍ନିଶମ କର୍ମଚାରୀମାନେ ଆୟତ୍ତ କରି ନେଇଥିଲେ ।

ଆଜି ଏହି ବିଦ୍ୟୁତ ଟ୍ରାନ୍ସଫର୍ମରରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । ଜୋରରେ ନିଆଁ ଜଳିବା ସହ ଧୂଆଁ ମଧ୍ୟ ବାହାରିଥିଲା । ଲୋକେ ଭୟଭୀତ ହୋଇପଡ଼ିଥିଲେ । ତେବେ ଖବର ଦେବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ଅବଶ୍ୟ ସେତେବେଳକୁ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଥିଲା । ଏହି କାରଣରୁ ସ୍ଥାନୀୟ କିଛି ଅଞ୍ଚଳରେ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.